ଦୈନଦିନ ଜୀବନରେ ନିତି ଆସେ ସନ୍ଧ୍ୟା
ଆଳତୀ ହୁଏ ଘରେ ଘରେ
ଧୂପ ଦୀପ ଝୁଣା ବାସେ ମହମହ ଗନ୍ଧା
ଆଜିର ଏ ସନ୍ଧ୍ୟା ସ୍ୱତନ୍ତ୍ର
କେବଳ ଦର୍ଶନ ଓ ଦର୍ଶନାର୍ଥି ମେଳନ
ଭକ୍ତିରେ ଗଦଗଦ ଭକ୍ତ କରିବ ଦର୍ଶନ
ଦଳଚକଟା କୁ ନାହିଁ ଡର
ଜର ରୋଗ ସବୁ ଦୂର
ଯାଉ ପଛେ ଜୀବନ
ବୈକୁଣ୍ଠକୁ ଗମନ
ଏ ଦର୍ଶନ ଦାର୍ଶନୀ ଚମତ୍କାର ଶୋଭନ
ଧନ୍ୟ ହେବ ଜୀବନ
ମାଗୁଣି କିଛି ନାହିଁ
ଚଲାପଥ ପାଥେୟ ହୋଇ
ରହିଥାଅ ହରି କରୁ ଆମେ ଭଜନ କୀର୍ତ୍ତନ
ପାପ ବୋହି ନଦୀ ହୋଇ
ପୁଣ୍ୟ ଜଳ ହେଉ ବର୍ଷଣ
ତୁମେ ଥିଲେ ମହାବାହୁ
ଡର ଭୟ ଦୂର ଯାଉ
ଯାଉ ସବୁ ଡହନ କମ୍ପନ
କେବଳ ଏ ସନ୍ଧ୍ୟା ହେଉ ଦର୍ଶନ ଦିନ
ମନ ହୃଦୟ ହେଉ ମନ୍ଥନ
ମାନବିକତା ଥାଇ ଯାଉ ଛାର ଜୀବନ
ଦୟା କ୍ଷମା ଜ୍ଞାନ ଭଣ୍ଡାର ଘରୁ
କଲେ ଆଡପ ମଣ୍ଡପେ ଟିକେ ଦର୍ଶନ
ପାପ ହୁଏ ମୋକ୍ଷ ଓ ପୁଣ୍ୟ
ଭାରାକ୍ରାନ୍ତ ମନେ ନୂଆ ଅଙ୍କୁରୋଦାମ
ଶୀତଳତାର ପତ୍ରରେ ବର୍ଷା ବିନ୍ଦୁ ଶୋଭନ
ସାରୁ ପତ୍ରରେ ଢଳଢଳ ଜୀବନରେ
ତୁମେହିଁ ସମାଧାନ ହେ ଭଗବାନ
ଦିଅ ଆଡ଼ପେ ଟୋପେ ଦର୍ଶନ