STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ମଣିଷ ଜୀବନ ପାଣି ଫୋଟକା

ମଣିଷ ଜୀବନ ପାଣି ଫୋଟକା

1 min
112


ମଣିଷ ଜୀବନ ପାଣି ଫୋଟକା

ପାଟିରେ କୁହନ୍ତି, ଜାଣନ୍ତି ପକ୍କା

ସବୁଠୁ ବୁଦ୍ଧିଆ ମାନବ ଏକା

ଓଲଟା କରଇ ନାହିଁ ତା ଶଙ୍କା...।

ଗୁରୁ କର୍ଣ୍ଣଧାର ବୁଝା ରଶିକା

ଅନୁକୂଳ କଥା ମାରେ ଝଟକା

ମଣିଷ ମାନେନି ଯାଣିକି ଏକା

ବିପଦ ରେ ଡାକେ କରହେ ରକ୍ଷା।

ଜୀବନ କ୍ଷଣିକ ନାହିଁ ତା ଦକା

ଭାବୁଛି ରହିବି କରିବି ଏକା

କଣ କରୁଛି? ଖାଲି ପାଉଛିଶିକ୍ଷା

ଦିନ ରାତି ଖାଲି ମାଗୁଛି ଭିକ୍ଷା..।

ଜୀବନ ଭକ୍ଷା କେବେ ଯୌବନ ଭିକ୍ଷା

ନିଇତି ଡାକେ ପ୍ରଭୁ କର ହେ ରକ୍ଷା

ମାଟି ଘର କୁ ତ କର ହେ ପକା

ବଂଚିବ କେତେ ସମୟ ଜାଣିନି ଏକା.।

ଇଛା ପୂର୍ଣ୍ଣ କର ମୁରଲୀ ଫୁଙ୍କା

କେତେ ମାଗିବି ମୁଁ, ମାଗିକି ବୋକା

ସଂସାର ସମୁଦ୍ରେ ତୁହି ନଉକା

ଏହି ନୌକା ରେ ତୁ ନାଉରୀ ଏକା ।

ଆହୁଲା ମାରୁଛୁ ଚଉକା ଛକା

ଯାତ୍ରୀ ହୋଇ ମୁଁ, ଦେଖି ମଟକା

କଣ କରିବି, ମନରେ ଦକା

ସେୟା ଭାବିଲେ ଜୀବନ ଫାଙ୍କା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract