STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ବଡ଼ଠାକୁର ହେ ବଡ଼ଠାକୁର

ବଡ଼ଠାକୁର ହେ ବଡ଼ଠାକୁର

1 min
17



ବଡ଼ ଠାକୁର ହେ ବଡ଼ ଠାକୁର l

   ଛୋଟ କିଛି ପ୍ରଭୁ ନାହିଁ ତୁମ୍ଭର ll

ବଡ଼ ବଡ଼ ତୁମ୍ଭ ଚକା ନୟନ l

     ବଳିଆର ଭୁଜ ଭୂଜଙ୍ଗାସନ ll

ଶେଷଦେବ ତୁମ୍ଭେ ପ୍ରଭୁ ଅନନ୍ତ l

   ଜଗତେ ତୁମ୍ଭର ଲୀଳା ବିସ୍ତୃତ ll 

ଲୀଳାମୟ ଜଗୁ ଜୀବନ ହରି l

  ଶ୍ରୀକ୍ଷେତ୍ରେ ବସିଛ ବାହୁ ବିସ୍ତାରି ll

ଅନୁଜ ଅନୁଜା ଶ୍ରୀହରି ଭଦ୍ରା l

    ଆଜ୍ଞା ପାଳୁଛନ୍ତି ତୁମ୍ଭରି ସଦା ll

ହଳଧାରୀ ଆହେ ହଳ ଆୟୁଧ l

   ମନେ କିବା ପ୍ରଭୁ ବହିଲ ଖେଦ ll

ଅଘଟଣ ଯାହା ହେଲା ଏଥର l

    ଏ କିବା ଅଟଇ ଲୀଳା ତୁମ୍ଭର l

l

କ୍ଷୁଦ୍ର ବୁଦ୍ଧି ମୋର ମୁଢ଼ ଅଜ୍ଞାନ l

   ତୁମ୍ଭ ଲୀଳା କାହୁଁ ବୁଝିବି ହୀନ ll

ବାର୍ତ୍ତାଦେଲ ପ୍ରଭୁ ହେ ବଳଦେବ l

     ସାବଧାନ ହୁଅ କଳି ମାନବ ll

କର୍ମ କର ଠିକେ କରମ କର l

    କର୍ମ ସୁଖଦାତା ଧର୍ମ ସଂସାର ll 

ଅଜ୍ଞାନ ପଣରେ ଆମ୍ଭ ଅନୀତି l

     ପ୍ରଭୁ ଧରିଅଛ ପରା ଧରିତ୍ରୀ ll

ଦୟାମୟ ପ୍ରଭୁ କ୍ଷମା ସାଗର l

   କ୍ଷମାଗୁଣେ କ୍ଷମ ଦୋଷ ଆମ୍ଭର ll

ଶ୍ରୀଛାମୁରେ ମାତ୍ର ଅଳି ଏତିକି l

    ରହିଲି ଶ୍ରୀହଳୀ ପାଦ ଚିନ୍ତିକି ll

      



Rate this content
Log in

Similar oriya poem from Abstract