ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ


କୋଟି ଓଡ଼ିଆଙ୍କ ମହାନ ଗରବ
ଶ୍ରୀକ୍ଷେତ୍ର ର ରଥଯାତ୍ରା
ଅପଲକ ନେତ୍ର ଚ଼ାହିଁ ରହିଥାଏ
ଆଗ ଯାଏ ବଡ଼ଭ୍ରାତା ।
ମଝିରେ ଯାଆନ୍ତି ମନ୍ଦମନ୍ଦ ହସି
ସୁଭଦ୍ରା ହଳଦି ମୁହିଁ,
ପଛରେ ଆସନ୍ତି ବ୍ରହ୍ମାଣ୍ଡ ଇଶ୍ଵର
ପ୍ରଭୁ କାଳିଆ ଗୋସାଇଁ।
ନାନା ଉତ୍ସୁକତା ମନ ମଧ୍ୟେ ଭରି
ଭକତ ହୁଅନ୍ତି ରୁଣ୍ଡ,
ନାଚ ଗୀତ ଆଉ ସମର୍ପିତ ଭାବ
ହରିନାମ ଧରେ ତୁଣ୍ଡ ।
ଘଣ୍ଟ ଘଣ୍ଟା ସହ ହୁଳୁହୁଳି ଶବ୍ଦ
ପ୍ରକମ୍ପିତ କରେ ପଥ,
ହଲି ଦୋହଲି କି ଅଗ୍ରସର ହୁଏ
ତିନି ଦିଅଁଙ୍କ ର ରଥ ।
ପହଣ୍ଡି ବିଜୟ ଆହା ମନଲୋଭା
ବର୍ଣ୍ଣିକେ ପାରିବ ଭାଇ,
ଚାରମାଳ ପରେ ରଥାରୁଢ଼ ଦୃଶ୍ୟ
ନେଇଥାଏ ମନ ମୋହି ।
ଟାହିହା କହଇ ରଥ ଜଗନ୍ନାଥ
ପଥ ଜଗନ୍ନାଥ କଥା,
ଅତ ତତ୍ର ଆଉ ସର୍ବତ୍ର ବିଦିତ
ପ୍ରଭୂ ମହିମାର ଗାଥା ।
r>
ଅଗାଧ ଭକତି ପ୍ରଭୁଙ୍କର ପାଇଁ
ହୃଦୟରେ ପୂର୍ଣ୍ଣ କରି,
ଭକତ ବାପୁଡ଼ା ହୋଇଅଛି ଛିଡ଼ା
ତୁଣ୍ଡେ ତୁମ୍ଭ ନାମ ଧରି ।
ଅମୃତ ବରଷା ବୁନ୍ଦାବୁନ୍ଦା ହୋଇ
ଆକାଶୁ ପଡ଼ୁଛି ଝରି,
ଜମାଥିବା ପୂଣ୍ୟ ହଇ ବହୁଗୁଣ
ଜୀବ ଯାଉଅଛି ତରି ।
ବିଭୂ ଘେନୁଛନ୍ତି ଶାରିରୀକ ପିଡ଼ା
ମୁହଁ ମାଡ଼ି ତଳେ ପଡ଼ି,
ନିରବ ନିଃଶ୍ଚଳେ ଜଗତ ଦେଖୁଛି
ଭକତ ଛାଡ଼ୁଛି ରଡ଼ି ।
ଜୟ ଜଗନ୍ନାଥ ଧ୍ବନୀ ପ୍ରକମ୍ପିତ
ବିପନ୍ନ ବୋଧେ ଆସନ୍ନ,
ଆପଣ ନିଜକୁ ରଖ ଜଗତବନ୍ଧୁ
ଅସହାୟ ଆଜି ଜନ ।
ଯେତେସବୁ ବିଘ୍ନ ଆଗରୁ ଘଟିଛି
ଶିରି ମନ୍ଦିରର କଥା,
ତୁମେ ପରା ସବୁ ସରଳ କରିଛ
ପୁରାଇ ତୁମ୍ଭର ମଥା ।
ଆହେ ମାୟାଧର ମାୟା ମୁକ୍ତ କର
ସଂସାର ମଙ୍ଗଳ ପାଇଁ,
ଭକତ ଭକତି କୃତାଞ୍ଜଳି ଫୁଟେ
ତୁମ ଗୁଣ ଗାଇ ଗାଇ ।।