STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ଅଧର ପଣାରେ ଅଧର ମଧୁରମଧୁମୟ ଆଜି ଶିରୀକ୍ଷେତର

ଅଧର ପଣାରେ ଅଧର ମଧୁରମଧୁମୟ ଆଜି ଶିରୀକ୍ଷେତର

1 min
31


ଆସ ହେ ମିତ ଆସ ସଙ୍ଗାତ

ଶେଷ ହେଲା ରଥଯାତ

ଅଧର ପଣା ଆଜି ରଥରେ ଭାସିବ

ଏ ଲୀଳା ବଡ଼ ବିଚିତ୍ର ll


ଆସ ହେ ମିତ ଆସ ସଙ୍ଗାତ

ଦେଖିବା ପୁରାଇ ଯୁଗଳ ନେତ୍ର,

ଅଧର ପଣାରେ ଅଧର ମଧୁର

ମଧୁମୟ ଆଜି ହେବ ଶ୍ରୀକ୍ଷେତ୍ର ll


ଆସହେ ମିତ ଆସ ସଙ୍ଗାତ

ଦେଖିବା ଆଖିରେ ମିଛକି ସତ,

ଡାକିନୀ ପିଶାଚିନୀ ପାର୍ଶ୍ୱ ଦେବଦେବୀ

ଅଶରୀରୀ ପାଇଁ ସତେ ଅମୃତ l


ଆସହେ ମଉସା ଆସହେ ମାଉସୀ

ରଥ ପାଖେ ଠିଆ ହେବା,

ସନ୍ଧ୍ୟା ଆଳତୀର ପୂର୍ବରୁ ଅଧର

ପଣା ଭୋଗକୁ ଦେଖିବା l


ସିଂହଦ୍ୱାର ଆଗ ଛାଉଣୀ ମଠର

କୂଅରୁ ଆସିବ ପାଣି,

ପାଣିଆ ଆପଟ ସେବକ ମୁହେଁ ତୁଣ୍ଡୀ

ବାନ୍ଧିକି ରଖିବେ ଛାଣି l


ପାଣି ଛଣାହୋଇ ପିତ୍ତଳ ହଣ୍ଡାରେ

ପଣା ହୋଇବ ପ୍ରସ୍ତୁତ,

ସୁପକାର ମାନେ ନିୟମାନୁସାରେ

ହୋଇଥିବେ କାର୍ଯ୍ୟରତ l


ଛାଚି ସର ଛେନା କଦଳୀ କର୍ପୁର

ଯାଈଫଳ ଓ ଗୋଲମରିଚ,

ମିଶ୍ରଣରେ ପଣା ହୋଇବ ପ୍ରସ୍ତୁତ

ଗରାବଡୁ ବଡୁସେବକ ସହିତ l


ତିନୋଟି ରଥରେ ତିନିହାଣ୍ଡି ଲେଖାଁ

ନଅ ହାଣ୍ଡି ପଣା ଥିବ,

ଅଧର ଉଚ୍ଚର ଲାଉ ତୁମ୍ବ ପରି

ହାଣ୍ଡି ସବୁ ଦିଶୁଥିବ l


ପଞ୍ଚ ଉପଚାରେ ହୋଇବ ପୂଜାବିଧି

ଦେଖିବା ଆଖି ପୁରାଇ,

ବିଗ୍ରହ ମାନଙ୍କ ଅଧର ସ୍ପର୍ଶରେ

ହାଣ୍ଡି ହାଣ୍ଡି ଦେବେ ଥୋଇ l


ହାଣ୍ଡି ସବୁ ଯେବେ ଭାଙ୍ଗିବେ ପଣ୍ଡାଏ

ଅଧର ପଣା ଯିବ ଭାସି

ପାର୍ଶ୍ୱ ଦେବଦେବୀ ଚଣ୍ଡୀ ଚାମଣ୍ଡୀ ଓ

ଅଶରୀରୀ ଦେବେ ଶୋଷି l


ବୈକୁଣ୍ଠରେ ଗତି ହୋଇବ ତାଙ୍କର

ପଣା ପିଇ ହେଲେ ତୃପ୍ତି,

ନଲାଗିବ ବୋଲି କା'ମନ୍ଦ ନଜର

ଏହା ମାନବୀୟ ରୀତି ll


ସଂସ୍କୃତି ପରମ୍ପରା ରହିଛି ରହିବ

ଭୁଲିବ କିଏ କେମିତି,

ରଥେ ଜଗନ୍ନାଥ ପଥେ ଜଗନ୍ନାଥ 

ସର୍ବତୁଷ୍ଟେ ସମଦୃଷ୍ଟି ll 


ଅଧର ପଣାରେ ଅଧର ମଧୁର 

ମଧୁର ଏ ଭାବ ପ୍ରୀତି l 

ଅଧୀର ଏମନ ହେଉଛି ଉଚ୍ଛନ୍ନ 

ଆଧାରମୃତେ ଦେଏ ତୃପ୍ତି ll 


ଛନ୍ଦା ଚରଣରେ ଜନ୍ଦା ପରି ଆଜି 

ମନ୍ଦା ମନ୍ଦା ଭକ୍ତ ଛନ୍ତି ,

ପତିତ ଦଳିତ ଅବହେଳିତ ମୁଁ 

ଦର୍ଶନେ ବଳିଛି ମତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract