STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ବଡ ଠାକୁର ଙ୍କ ଦୁର୍ଘଟଣା

ବଡ ଠାକୁର ଙ୍କ ଦୁର୍ଘଟଣା

1 min
30


କଳିଯୁଗ ଶେଷ ହେବାକୁ

     ଆଉ ଅଳପ ଦିନ

ଦିନ କୁ ଦି ସତ ହେଉଛି

     ସେ ମାଳିକା ବଚନ. ।।୧।।

ଅନୀତି, ଅନ୍ୟାୟ ବଢୁଛି

    ଆଜି ଏହି ସଂସାରେ

ଚେତାବନି ଦେଇ ଦେଲେଣି

     ଆମ ବଡ ଠାକୁରେ ।୨।।

ଠାକୁର ସେବାରେ ନିଶ୍ଚୟ

     ହୋଇ ଥିବ ଅନୀତି

ଅନ୍ୟାୟ,ଅଧର୍ମ ଦେଖିଣ

     ପ୍ରଭୁ ଗଲେଣି ତାତି. ।।୩।।

ରଥୁ ଖସିଗଲେ ତଳକୁ

     ପ୍ରଭୁ ମୁହଁ ମାଡିକି

ସହ୍ୟ କରି ପାରୁ ନାହାଁନ୍ତି

     ଦେଖି ରୀତି ଗତି କି ।।୪।।

ମାଳିକା ରେ ଲେଖା ହୋଇଛି

     ଯେବେ ପ୍ରଭୁ ପଡିବେ

ଦୁର୍ଭିକ୍ଷ ,ବିପଦ ଆସିବ

      ଏ ସଂସାର କୁ ତେବେ. ।।୫।।

ରାଜା,ରାଜ୍ୟ ପାଇଁ ଅଶୁଭ

     ନିଶ୍ଚେ ହୋଇବ ଜାଣ

ମହାମାରୀ ମାଡି ଆସିବ

     ଏହି ରାଇଜେ ପୁଣ. ।।୬।।

ହର୍ତ୍ତା,କର୍ତ୍ତା ଦୈବ ବିଧାତା

     ଆମ ସେ ଦାରୁ ଦିଅଁ

ତଳେ ପଡି ଛିଡି ଯାଇଛି

     ତାଙ୍କ ସୁନ୍ଦର ମୁହଁ. ।।୭।।

କୋପ କି କଲେଣି ଠାକୁରେ

     ତାଙ୍କ ସେବକ ପାଇଁ

କିବା ଚାଲିଯିବେ ଛତିଆ

     ଏଠି ରହିବେ ନାହିଁ. ।।୮।।

କୋପ ଯଦି କେବେ କରିବେ

      ଆମ କଳା ଠାକୁର

ଆମର ଏ ସୁନା ସଂସାର

     ହୋଇବ ଛାରଖାର. ।।୯।।

ସଂସାର ର ଶ୍ରେଷ୍ଠ ଜୀବ ଯେ

     ଆମ ମଣିଷ ଜାତି

ସୁଧୁରି ନ ଗଲେ ଆସିବ

      ଦିନେ ମହା ବିପତ୍ତି. ।।୧୦।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract