STORYMIRROR

Niranjan Mishra

Abstract

3  

Niranjan Mishra

Abstract

ସ୍କନ୍ଦମାତା

ସ୍କନ୍ଦମାତା

1 min
115


ସିଂହବାହିନୀ ମା ସ୍କନ୍ଦମାତା ଦେବୀ

ଦୁର୍ଗାଙ୍କ ପଞ୍ଚମ ରୂପ ।

ଚତୁର୍ଭୁଜା ମାତା ନିମ୍ନ ବେନି ହସ୍ତେ

ବହନ୍ତି କମଳ ପୁଷ୍ପ ।


ବାଳକ ସ୍କନ୍ଦ ସ୍ଥିତ ମାତା କୋଳରେ

ମାତାଙ୍କର ଦକ୍ଷକର ।

ସ୍କନ୍ଦଙ୍କ ଉପରେ ଥାଏ ବରମୁଦ୍ରାଧାରୀ

ଉର୍ଦ୍ଧ୍ବ ବାମ କର ।


ସିଂହ ପୃଷ୍ଠେ ମାତା ବିରାଜି ଅଛନ୍ତି

କମଳ ପୁଷ୍ପ ଆସନେ ।

ସ୍କନ୍ଦମାତା ଦେବୀ ପୂଜନ

ନବରାତ୍ର ପୂଜା ପଞ୍ଚମ ଦିନେ ।


ସାଧକର ମନ ରହଇ ସେଦିନ

ବିଶୁଦ୍ଧ ଚକ୍ରରେ ଯାଇ ।

ବିଶୁଦ୍ଧ ଚୈତନ୍ଯେ ଆଗୁସାର ହୁଏ

ବାହ୍ୟ କ୍ରିୟା ଲୋପ ପାଇ ।


ସକଳ ବନ୍ଧନୁଁ ମୁକ୍ତ ହୋଇ ମନ

ତଲ୍ଲୀନ ମାତୃ ସ୍ୱରୂପେ ।

ସକଳ ଇଚ୍ଛାର ପରିପୂର୍ଣ୍ଣ ହୁଏ

ମୋକ୍ଷ ଦ୍ବାର ଖୋଲେ ଆପେ ।


ତେଜୋମୟୀଙ୍କର ତେଜ କାନ୍ତିଯୁକ୍ତ

ମାତୃ ସାଧକ ଲଭଇ ।

ମରତେ ପରମ ସୁଖ ଶାନ୍ତି ଲଭି

ମୁକତି ମାର୍ଗେ ଚଳଇ ।


ମାତାଙ୍କ ପାଶରେ ଏହି ଅଳି ମୋର

ମନୋବାଞ୍ଛା ପୂର୍ଣ୍ଣ ହେଉ ।

ତୁମ ନାମ ଜପି ତୁମ ଗୁଣ ଗାଇ

ଏ ଜୀବନ ମୋର ଯାଉ ।



Rate this content
Log in

Similar oriya poem from Abstract