ଦେଶ ପ୍ରେମ
ଦେଶ ପ୍ରେମ


ଇଂରେଜମାନେ ଯେ ଏଡିକି ନିଷ୍ଠୁର
କରୁଥିଲେ ଅତ୍ୟାଚାର
ବିନା ଦୋଷେ ଭାରତୀୟଙ୍କୁ ଚାବୁକ
ବେତରେ କଲେ ପ୍ରହାର ।
ଜୋର ଜବର କରିଲେ ଶାସନ
ଧନ ଆମ ଲୁଟି ନେଲେ
ଆମ ଦେଶେ ରହି ସର୍ବେ ସର୍ବା ହେଇ
ରାଜ୍ୟ ଅକ୍ତିଆର କଲେ ।
କାହାକୁ ସେ ଗୁଳି କରି ମାରି ଦେଲେ
କାହାକୁ ବି ଦେଲେ ହାଣି
କାହାକୁ ଦି ଫାଳ କରି ଦେଲେ ସିଏ
ଦୁର୍ବିସହ ଏ କାହାଣୀ ।
ଓଡିଶାକୁ ସିଏ ନିଜ ଅଧିକାର
ପାଇଁ ଆସିଥିଲେ ଧାଇଁ
ପାର ହେଇ ଯିବା ପାଇଁ ସେମାନଙ୍କୁ
ପଡିଲା ବ୍ରାହ୍ମଣୀ ନଈ ।
ଭୂବନ ଗ୍ରାମର ସାହସୀ ବାଳକ
ବାଜି ରାଉତ ତା ନାମ
ଘାଟ ଜଗି ସିଏ ପାର କରିବାଟା
ଥିଲା ତ ତାହାର କାମ ।
ନଈ ସେ ପାରିରେ ଫିରିଙ୍ଗି ରହିଣ
ଡାକିଲେ ନାବକୁ ଆଣ
ନ ଶୁଣିଲା ବାଜି ରାଉତ ସେ କଥା
ଦେଖି ଫିରିଙ୍ଗ ସଇନ ।
ବାରମ୍ବାର ତାକୁ ଡାକୁ ଥିଲେ ସିଏ
ଶେଷେ ବିରକ୍ତି ହୋଇଲେ
ଡଙ୍ଗା ନ ଆଣିବୁ କୂଳକୁ ତୁ ଯଦି
ଗୋଳି କରିବୁ ବୋଇଲେ ।
ତାହା ଶୁଣି ବାଜି ରାଉତ ହସିଲା
କ୍ରୋଧ ତାଙ୍କ ବଢି ଗଲା
ବନ୍ଧୁକ ଉଠାଇ ଗର୍ଜନ କରିଲେ
କହିଲେ ବଧିବୁ ଭଲା ।
ଜୋର ଜବର ନାବକୁ ନେବାର
ଉପାୟ ସେ ଯେବେ କଲେ
ନିଜ ମାତୃଭୂମି ବଞ୍ଚେଈବା ଲାଗି
ନାବକୁ ବୁଡାଇ ଦେଲେ ।
ହତୋତ୍ସାହ ହେଇ ସେ ଫିରିଙ୍ଗି ସୈନ୍ୟ
ବନ୍ଧୁକ ଗର୍ଜି ଉଠିଲା
ଆଠ ବରଷର ବାଜି ରାଉତ ଯେ
ସେଇଠି ଟଳି ପଡିଲା ।
ବଳି ଦେଇ ଦେଲା ନିଜ ଜୀବନକୁ
ମାଆର ସୁରକ୍ଷା ପାଇଁ
ବ୍ରାହ୍ମଣୀ ତଟରେ ବାଜି ରାଉତ ଯେ
ଚିର ନିଦ୍ରେ ଗଲେ ଶୋଇ ।
ଦେଶ ପ୍ରେମ ପାଇଁ ହସି ହସି ନିଜ
ଜୀବନକୁ ଦେଲେ ବିଜି
ଅତୀତ ହେଲାଣି ସେଇତ କାହାଣୀ
ଦେଶ ବି ଝୋରୁଛି ଆଜି ।
ଛୋଟ ହେଲେ ସିଏ କି ଅବା ହୋଇବ
ଦେଶ ପ୍ରେମ ଦିନ ଗଲା
ସାରା ବିଶ୍ବ ତାର ଦେଶପ୍ରେମ ଦେଖି
ନଇଁ ନମସ୍କାର କଲା ।
ଦେଶ ପ୍ରେମ ଲାଗି ଜୟୀ ରାଜଗୁରୁ
ଫାଶୀ ସିଏ ଷାଇଥିଲେ
ଲକ୍ଷ୍ମୀବାଈ ରାଣି ପୁଣି ଦୁର୍ଗାବତୀ
ଜୀବନ ହରାଇ ଦେଲେ ।
ଦେଶ ପ୍ରେମ ଲାଗି କେତେ ଯେ ଯବାନ
ଜୀବନ ଦେଲେ ହରାଇ
ତାଙ୍କ ବଳି ଦାନ ଏ ସାରା ବିଶ୍ବରେ
ଆଜି ଲିପିବଦ୍ଧ ହୋଇ ।
ଜୀବନରେ କେବେ ବିଶ୍ବାସ ଘାତକ
ଦେଶ ସାଥେ କର ନାହିଁ
ଏଇ ଦେଶ ଆମ ଗର୍ବ ଓ ଗୌରବ
ମାଟି ମାଆ ଆମ ସେହି ।
ସାରା ଜଗତକୁ ଦେଇଗଲେ ଶିକ୍ଷା
ବଡ ଆମ ମାଟି ମାଆ
ତିହାରି କୋଳରେ ବାସ କରି ଆଜି
ହସୁଛି ଆମ ଦୁନିଆ ।