STORYMIRROR

Lata Behera

Abstract

4  

Lata Behera

Abstract

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

1 min
349


*ହଜିଲା ଦିନ ସ୍ମତିରୁ ପଦେ*

    *କବିତା ମାଳା ଶୀର୍ଷକ: -*

🌹 *ଗୋଟିପୁଅ ନାଚ(ପୁରୀ )* 🌹

*************************

       ଲତା ବେହେରା 

     ^^^^^^^^^^^^^^^^^  

ହଜିଲା ଦିନର ସ୍ମୁତି କବିତାର

   ବଢୁ ଅଛି କେତେ ଖ୍ୟାତି 

ଯେତେ ଖୋଜେ ସେତେ ସାଉଁଟି ଆଣୁଛି  

   ମନେ ଭରି ଦିଏ ପ୍ରୀତି ।


ଓଡିଶା ସଂସ୍କୃତି ଲୋକ କଳା କୃତି 

    ଗୋଟି ପୁଅ ନାଚ ସ୍ମୃତି 

ତନୁ ମନକୁ ସେ ବିଭୋର କରୁଛି

    ହୃଦେ ଭରି ଦିଏ ପ୍ରୀତି ।


ଗୋଟି ପୁଅ ନାଚ ପୁରୀ ଜିଲ୍ଲାର ସେ

   ରହିଛି ବିଶ୍ବରେ ଖ୍ୟାତି 

ସମୟ ସ୍ରୋତରେ ରଙ୍ଗ ତରଙ୍ଗରେ

    ଛୁଇଁ ଯାଏ ସବୁ ଛାତି ।


ଗୋଟିପୁଅ ନାଚେ ସଖୀ ବେଶ ହୋଇ

  ମନରେ ଭରି ଭକତି

ଓଡିଶୀ ଗୀତର ଛନ୍ଦ ତାଳ ନୃତ୍ୟେ

  କେବେ ପାହି ଯାଏ ରାତି ।

    

ଝୁଲଣା ଯାତ୍ରାରେ ଗୋଟିପୁଅ ନାଚ

   ଓଡିଶା

କଳା ସଂସ୍କୃତି 

ବେଶ ଭୂଷା ଅଙ୍ଗ ଭଙ୍ଗୀ ଚାହାଣୀରେ

    ନାଚଇ ବିଭୋରେ ଅତି ।


ସଖୀ ବେଶ ହୋଇ ନାଚେ ଗୋଟିପୁଅ

     ମନ ପୁଲକିତେ ଅତି

ଚନ୍ଦନ ଯାତ୍ରାରେ ଗୋଟିପୁଅ ନାଚ

  ଆଣେ କେତେ ଅନୁଭୂତି ।


ହଜିଲା ଦିନର ସ୍ମୁତି କବିତାରେ 

   ଗୋଟିପୁଅ ନାଚ ସ୍ମୃତି 

ସଖୀ ବେଶ ହୋଇ ନାଚେ ଗୋଟି ପୁଅ

    ସେ ସ୍ମୃତି ଅଲିଭା ଜ୍ୟୋତି ।


ଦେଶ ବିଦେଶରେ ରହିଛି ସୁନାମ

    ବଢିଛି ତାହାର ଖ୍ୟାତି

ସଖୀ ବେଶେ ଗୋଟିପୁଅ ନାଚ

   ମନ ମୋହି ନିଏ ଅତି । 


ଉତ୍କଳ ଗୌରବ ଲୋକ କଳା ନୃତ୍ୟ 

    ହୁଏନା କେବେ ସେ ଇତି 

ଆମ ପରମ୍ପରା ଐତିହ୍ୟ ସଂସ୍କୃତି 

    ଅକ୍ଷୁର୍ଣ୍ଣ ଅଛି ଧରିତ୍ରୀ ।          

"""""""""""""""""""""""""""""""""""""""

     ଲତା ବେହେରା ।

     ଜକା, ଢେଙ୍କାନାଳ ।

🌹🌺❤🙏❤🌺🌹✍️


Rate this content
Log in

Similar oriya poem from Abstract