ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନ ସ୍ମତିରୁ ପଦେ


ହଜିଲା ଦିନର ସ୍ମୁତି କବିତାଟି
ମନେ ଖୁସି ଆଣି ଦିଏ
ସେ ସ୍ମୃତି ଭିତରେ କରମା ପୂଜାଟି
ସାଉଁଟି ଆଣିଛି ସିଏ ।
ସୁବର୍ଣ୍ଣପୁର ଏ ଆଦିବାସୀ ପର୍ବ
ଧୁମ୍ ଧାମ୍ ହୋଇଥାଏ
ଓରମା କିଷାନ ଖଡିଆ ସମ୍ପ୍ରଦାୟ
ଭକ୍ତିରେ ପୂଜନ୍ତି ସିଏ ।
କରମା ପୂଜାରେଟି କରମାଶୁଣି
ଇଷ୍ଟ ଦେବୀ ତାଙ୍କ ଥାଏ
ଜଙ୍ଗଲରେ ଯାଇ କରମା ଗଛକୁ
ପୂଜା କରି ଥାନ୍ତି ସିଏ ।
ମାସକ ଆଗରୁ ନିଷ୍ଠା ଓ ଭକ୍ତିରେ
ବ୍ରତ ରଖିଥାନ୍ତି ସିଏ
ଅବିବାହିତ କନ୍ୟା କରମା ଡାଳ
ତିନି ଖଣ୍ଡ କାଟି ଥାଏ ।
ତାକୁ ଆଣି ପୂଜା ମଣ୍ଡପରେ ରଖି
ପୂଜା କରିଥାନ୍ତି ସିଏ
ତିନି ବର୍ଷ ଧରି ପୂଜାଟି କରିଲେ
ସନ୍ତାନ ପ୍ରାପତ ହୁଏ ।
କରମଶୁଣିଙ୍କ କୃପା ଆଶିଷରେ
ସଫଳ ହୁଅନ୍ତି ସିଏ
ଭଲ ଚାଷ ହୁଏ ସୁଖ ଓ ସମୃଦ୍ଧି
ବୃଦ୍ଧି ମଧ୍ୟ ହୋଇଥାଏ ।
ପୁଅ ଝିଅ ମି
ଶି ନାଚ କରିଥାନ୍ତି
ଆଖି ଟାଣି ନେଇ ଥାଏ
ଅଣ୍ଟାରେ ହାତକୁ ଛନ୍ଦି ମାଦଳର
ତାଳେ ନାଚୁଥାନ୍ତି ସିଏ ।
ଅଣ୍ଟା ଭଙ୍ଗୀ ଗୋଡ ନାଚଟି ପ୍ରଧାନ୍ୟ
ଢୋଲ ମାଦଳରେ ହୁଏ
ଚିତାକର୍ଷକଟି ଅଟେ ସେଇ ଦୃଶ୍ୟ
ବିମୋହିତ କରି ଦିଏ ।
ଭାଦ୍ରବ ମାସର ଶୁକ୍ଳ ଦଶମୀରେ
କରମା ପୂଜାଟି ହୁଏ
ତିନି ଦିନ ଧରି ଉତ୍ସବ ମୂଖରେ
ଆଦିବାସୀ ନୃତ୍ୟ ଇଏ ।
ସେନେହ ମମତା ପ୍ରେମ ପ୍ରୀତି ଝରେ
ହାଣ୍ତିଆ ପିଅନ୍ତି ସିଏ
ନବ ବସ୍ତ୍ର ପିନ୍ଧି ଜଙ୍ଗଲୀ ଫୁଲରେ
ଖୋସା ସଜା ଯାଇଥାଏ ।
ଆନନ୍ଦ ଉଲ୍ଲାସେ ନାଚ କରୁଥାନ୍ତି
ରାତି ପାହି ଯାଇଥାଏ
ଓଡିଶା ସଂସ୍କୃତି ଲୋକ କଳା ନୃତ୍ୟ
କରମା ପୂଜାଟି ଇଏ ।
ଓଡିଶା ଗୌରବ ଲୋକ କଳା ନୃତ୍ୟ
ଐତିହ୍ୟ ସଂସ୍କୃତି ଇଏ
ଜଗନ୍ନାଥ ସାହିତ୍ୟ ସଂସଦ ଆଣିଛି
କୋଟି ଧନ୍ୟବାଦ ଦିଏ ।