ପ୍ରଦୂଷଣ
ପ୍ରଦୂଷଣ


ପ୍ରଦୂଷଣ ଆଜି ବଢି ତ ଚାଲିଛି
ବଞ୍ଚିବାଟା କଷ୍ଟକର
ଆଖିର ଆଗରେ ସୁନ୍ଦର ଜଗତ
ପାଲଟେ କାଳ ଜହର ।
ଶ୍ରେଷ୍ଠ ଜୀବ ଏଇ ମଣିଷ ହେଉଛି
ପ୍ରଥମେ ଶିକାର ତାର
ସେଥିପାଇଁ ନିଜେ ଦାୟୀ ବି ହେଉଛି
ଏଇ ସ୍ବାର୍ଥପର ନର ।
ବୃକ୍ଷ କାଟି ଦେଇ ପରିବେଶକୁ ସେ
କରୁଅଛି ଅସୁନ୍ଦର
ଅମ୍ଳଜାନ ହ୍ରାସ ଅଙ୍ଗାରକାମ୍ଳଟି
ବଢାଏ ପ୍ରକୋପ ତାର ।
କଳକାରଖାନା ବିଷାକ୍ତ ଧୂଆଁରେ
ବାୟୂ ପ୍ରଦୂଷଣ ଘୋର
ସୂର୍ଯ୍ୟଙ୍କର
ଅତି ବାଇଗଣି ରଶ୍ମି
ସୃଷ୍ଟି କରେ କ୍ୟାନସର ।
ଶବ୍ଦ ପ୍ରଦୂଷଣ କାନ ସ୍ତବ୍ଧ କରେ
ଜଳଟି ରୋଗର ଘର
କଳ କାରଖାନା ବିଷାକ୍ତ ଧୂଆଁକୁ
ଛାଡେ ବାୟୂ ମଣ୍ଡଳର ।
ତାର ଆବର୍ଜନା ନଦୀ ଜଳେ ମିଶି
ଜଳ ପ୍ରଦୂଷଣ ଘୋର
ସେଇ ଜଳ ପାନ କରି ନର ଭୋଗେ
ଆକ୍ରାନ୍ତ ରୋଗ ଶରୀର ।
ପରିବେଶ ପ୍ରଦୂଷଣ ସେ କରୁଛି
ନିଜେ ସାଜେ ଯାଦୂଗର
ରୋଗ ଯେବେ ହୁଏ କଷ୍ଟ ସିଏ ପାଏ
ବୁଦ୍ଧି ପଶେ ତା ମୁଣ୍ଡର ।