STORYMIRROR

Amita Dash

Abstract

3  

Amita Dash

Abstract

ସ୍ଵର୍ଗ କୁ ନିଶୁଣି

ସ୍ଵର୍ଗ କୁ ନିଶୁଣି

1 min
313


ଦାଶ ବୁଢ଼ା ଅଜା ପାଇଁ କ'ଣ ଗୋଟେ ପୂଜା ହେଉଛି

ଚାନ୍ଦରେ ଯାଗା କିଣିଲା ଭଳି

ଅଜା କ'ଣ ଜୀବନ୍ତ‌ ସ୍ଵର୍ଗ ଯିବ

ସୁନା ନିଶୁଣି ଲାଗିବ

ସଂଧ୍ୟା ଯାଏ ମନ୍ଦିର ବେଢ଼ାରେ ମୋର ଅପେକ୍ଷା

ଭାବିଥିଲି ନିଶୁଣି ଚଢି ଅଜା ସ୍ଵର୍ଗ ଯିବାର ଏ ଚର୍ମ ଚକ୍ଷୁ ଦେଖିବ

ମରିଗଲା ପରେ ନା ଜୀବନ୍ତ ଯିବ

ଏବେ ପୂଜା କରୁଚି ଆଗରୁ ଯାଗା ସ୍ଥିର କରିବ

ଆମ ବିଦ୍ୟାଳୟ ରେ ଆଗ ଧାଡିରେ ଯିଏ ବସିବ

ଆଗରୁ ନିଜ ନାଁ ଲେଖାଥିବା ଚଟାଇ ପାରିବ

ପୁଅ ନାତି କେହି ନାହିଁ ଅଜା ର

ସଂଧ୍ୟା ହେଲା ପୂଜା ସରିଲା

ସୁନା ସିଡ଼ି ଆସିଲା ନା ଅଜା ସ୍ଵର୍ଗ ଗଲା

ଯେତେବେଳେ ମରିବ ବୋଧହୁଏ ସେତେବେଳେ ନିଶୁଣି ଲାଗିବ

ଠାକୁର ଚକଡାରୁ ସ୍ଵର୍ଗ କୁ ବାଟ ଫିଟିବ

ଅଜା ପୂଜା କରି ଆଗରୁ ନିଜ ନାଁ ରେ ଚଟେଇ ପାରିଲେ

ଗଲାପରେ ନିଜ ଯାଗାରେ ବସିବ

ଯେମିତି ଆମ ଗାଁ ପାଖୁ ମିଣ୍ଟିର ଗାଁ

ସେମିତି ଆକାଶ ପାଖେ ସ୍ଵର୍ଗ

ଦୁହେଁ ପଡୋଶୀ, ନୁହଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract