ଅଧୂରା ସ୍ବପ୍ନ
ଅଧୂରା ସ୍ବପ୍ନ
ନାଁ ମୋର ଅଭିଳାଷା
ବାପାଙ୍କ ଥିଲା ମୋତେ ନେଇ ଅସୁମାରୀ ସ୍ବପ୍ନ
ମାଁ ର ବି ଥିଲା ଅନେକ ଆଶା
ଆଜି ଆଶା ପୂରଣ କଲେ ବି ମନେ ନିରାଶା
ଦୁହେଁ ଚାହିଁ ଥିଲେ ଝିଅ ହବ ବଡ଼ ଡାକ୍ତର
ଆଜି ଭଳି ମହତ୍ୱ ପୂର୍ଣ୍ଣ ଦିନରେ ଖୁସି ହେବାକୁ ନାହାନ୍ତି ସଶରୀର ।
ତଥାପି ମନରେ ଅବଶୋଷ ବଦଳରେ ବଡ଼ ଗର୍ବ
ବାପାଙ୍କ ସ୍ବପ୍ନ କରିଚି ମୁଁ ଆଜି ପୂରଣ
ଆମେ ଥିଲୁ ଚାରି ଝିଅ ଆଉ ଗୋଟିଏ ପୁଅ ତାଙ୍କର
ଚାଷୀଘର ର ଆର୍ଥିକ ସ୍ବଚ୍ଛଳତା କମ୍
ଜଣେ ପେଟ ପୁରା ଖାଇଲେ ଆଉ ଜଣେ ରୁହେ ଅଧାପେଟ
ବାପାଙ୍କର ଖଟି ଖଟି ବାହାରିଲା ପେଟ ରୋଗ
ଦୁଇ ଝିଅ ବାହା ଦେଇଥିଲେ ଡାକିନେଲା କାଳ
ମାଁ ଉପରେ ପଡ଼ିଲା ଆମ ତିନିଜଣଙ୍କ ପୋଷିଲା ଭାର
ତଥାପି ମାଁ ନା ହାରିଛି ନା ପଛଘୁଞ୍ଚା ଦେଇଚି କେବେ ବି ଜୀବନର ।
ଠୁଙ୍ଗା କରି,ସିଲାଇ ବୁଣାଇ କରି ଚଳାଏ ଘର
ଆମେ କାମରେ ସାହାଯ୍ୟ କରିବୁ ମାନେନି ତା ମନ
କୁହେ ଯେତେ ଅସୁବିଧା ହେଉ ପଛେ ଯତ୍ନେ ରଖିଥିଲା ବାପା ତୁମ ର ।
ହଲିଲା ପାଣିକୁ ଗୋଡ଼ ବଢେନି କାହାର
ଏଠୁ ଗଲେ ସରଗରେ କି ମୁହଁ ଦେଖାଇବି ବାପାକୁ ତୁମର
ମୋର ପାଠ ପଢ଼ା ଅଧାରେ ବୋଉ ପ
ଡ଼ିଲା ବେମାର
ସବୁବେଳେ କହିଲା ମୁଁ ଆଉ ବଞ୍ଚିବିନି
ବାପା ପରା ଡାକିଲାଣି ଦେଖୁନ
ହେଇଟି ଠିଆ ହୋଇଛନ୍ତି ଦାଣ୍ଡ ଦୁଆର ମୁହଁର
ତିନି ଚାରି ମାସରେ ବୋଉ ଚାଲିଗଲା, ଡାକିନେଲା ଯମ
ଘରର ସବୁ ଦାୟିତ୍ଵ ମୋ କାନ୍ଧର
ଟିଉସନ୍ କରି ,ଜମି ବନ୍ଧା ଦେଇ ପଇସା ଆଣି ପଡ଼ିଲି ଡାକ୍ତରୀ ପାଠ ।
ବାପାଙ୍କର ବହୁତ ଇଛା ଥିଲା ଖୋଲିବାକୁ ଚିକିତ୍ସାଳୟ
ବାପାଙ୍କ ଆଶୀର୍ବାଦ ରୁ ଆଜି ମୁଁ ଜଣେ ସୁନାମଧନ୍ୟ ଡାକ୍ତର
ସରକାର ଙ୍କ ସହାୟତା ରେ ଖୋଲିଲି ଚିକିତ୍ସାଳୟ
ବାପାଙ୍କ ଚାଷ ଜମି ରେ ପଡ଼ିଛି ମୂଳଦୁଆ
ଫାଟକ ଆଗରେ ଟଙ୍ଗା ହୋଇଚି ବାପା ବୋଉଙ୍କର ନାମ ଫଳକ ।
ଆଜି ବ୍ରୋଞ୍ଜ ମୂର୍ତ୍ତି ର ହେଲା ଉଦ୍ଘାଟନ
ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବଡ଼ ବଡ଼ ଅତିଥିଗଣ
ଆତ୍ମ ସନ୍ତୋଷ ଲାଗୁଚି ବାପାଙ୍କ ସ୍ବପ୍ନ ହୋଇଚି ପୂରଣ
ମୋ ସାନ ଭାଇ ଭଉଣୀ ବି ବନିଚନ୍ତି ଡାକ୍ତର
ବାପାଙ୍କ ସ୍ବପ୍ନ ପୂରଣରେ ରହିଲି ଏଭଳି ବ୍ୟସ୍ତ
ଭୁଲିଗଲି ମୋର ବିବାହ
ହେଲେ ବି ମନରେ ଦୁଃଖ ନାହିଁ ତିଳେ ମାତ୍ର
ଚିକିତ୍ସାଳୟ ର ସବୁ ରୋଗୀମାନେ ତ ମୋର ଅଟନ୍ତି ସନ୍ତାନ
ତାଙ୍କ ସେବାରେ ବିତି ଯାଉ ବାକି ଜୀବନ ।