ଆର ବରଷ
ଆର ବରଷ
ଝୁମୁରୁ ଝୁମୁରୁ ତୋ ପାଦ ପାଉଁଜି ଲୋ
ଆଖି ଝଲସାଏ ତୋ ମଥା ଟିକିଲି।
ଅଣ୍ଟା କୁ ହଲେଇ ଚାଲିଗଲେ ତୁ ଲୋ
ବେଣୀ ତୋର କୁହେ ସେ ନାଗ ଘରଣୀ।
ତୋ ଆଖିର କଜଳ କଥା କହୁଥାଇ
ଓଠ କୁହେ ଲୋ ସେ ମଉନାବତୀ।
ଲାଜ ସରମର ଗହଣା ତୋ ଦେଖି
ଛାତି ମୋର ଖାଲି ହୁଏ କରତି।
କେତେ ରାତି ତୋତେ ଝୁରି ବି ଆଉ ଲୋ
କହିଦେ ଥରେ କୋଉ ଦିନ ଆସିବି
ଲୋ ତୋ ବର ସାଜି କି।