STORYMIRROR

Amita Dash

Abstract Drama

3  

Amita Dash

Abstract Drama

ଆର ବରଷ

ଆର ବରଷ

1 min
983


ଝୁମୁରୁ ଝୁମୁରୁ ତୋ ପାଦ ପାଉଁଜି ଲୋ

ଆଖି ଝଲସାଏ ତୋ ମଥା ଟିକିଲି।


ଅଣ୍ଟା କୁ ହଲେଇ ଚାଲିଗଲେ ତୁ ଲୋ

ବେଣୀ ତୋର କୁହେ ସେ ନାଗ ଘରଣୀ।


ତୋ ଆଖିର କଜଳ କଥା କହୁଥାଇ

 ଓଠ କୁହେ ଲୋ ସେ ମଉନାବତୀ।


ଲାଜ ସରମର ଗହଣା ତୋ ଦେଖି

ଛାତି ମୋର ଖାଲି ହୁଏ କରତି।


କେତେ ରାତି ତୋତେ ଝୁରି ବି ଆଉ ଲୋ

କହିଦେ ଥରେ କୋଉ ଦିନ ଆସିବି 

ଲୋ ତୋ ବର ସାଜି କି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract