STORYMIRROR

Amita Dash

Others

3  

Amita Dash

Others

ଅନଲାଇନ ପାଠ ପଢା

ଅନଲାଇନ ପାଠ ପଢା

1 min
375


ଆମେ ଦେଖିଲୁନି ବିଜୁଳି ଆଲୁଅ

ଡିବିରି, ଲଣ୍ଠନରେ ମଣିଷ ଆସି ବୁଢା ହେଲା

ପୁଅ ମୋର ରୁଷିକି ବସିଛି ମୋବାଇଲ ଦେଲେ ପାଠ ପଢିବ ଆଜିକାଲି ଅନଲାଇନ ପାଠ ପଢ଼ା

କି କରୋନା ରୋଗ ଆଇଲା

ତା ପାଇଁ ସବୁ ଇସ୍କୁଲ ବନ୍ଦ ହୋଇଗଲା

କରୋନା ତ ସାକ୍ଷାତ ଯମ ସାଜିଲା


ବେପାର,ବେଉସା ବନ୍ଦ କରି ମଣିଷ ଯାହା ଘରେ ବସି ରହିଲା

ଦଶ ପଇସାରେ ଟଙ୍କା ସୁଧକୁ ଆଣି ମୋବାଇଲ କିଣି ପୁଅକୁ ଦିଆଗଲା 


ପୁଅ ପାଠ ପଢୁଚି କି ସାଠ ପଢୁଚି ନିତି କିନ୍ତୁ ପାଞ୍ଚ କିଲୋମିଟର ଧାଉଡି କରୁଚି

କହିଲେ କହୁଚି ଇଣ୍ଟରନେଟ ନାହିଁ ଏଠି, ଦୂରରେ ଆସୁଚି

କେବେ ପାଣି ଟାଙ୍କି ଉପରେ ଚଢ଼ି ତ କେବେ ଗଛ ଓହଳରେ ନଟକି କି ପାଠ ପଢୁଚି

ଏତେ ବି ମୂରୁଖ ନୁହେଁ ବୁଝି ପାରିବିନି କିଛି

ସନିଆ କ'ଣ କହୁଥିଲା ପୁଅଟା ତା'ର

 ମୋବାଇଲ ପାଇଲା ଦିନୁ ଦିନ ରାତି ତା ପଛରେ ପଡ଼ିଛି

କି ଜଗା ଜଗିବି ପୁଅ କ'ଣ ଆଉ ଛୋଟ ଅଛି

ବେଶୀ ପଚାରିଲେ କହୁଚି ବାପା କବିତା ଆସର ଅନଲାଇନରେ ହଉଚି

ଆଜି ସଂଧ୍ୟାରେ ବସି ଶୁଣିବ, ଦେଖିବ ମୋବାଇଲରେ ଯେମିତି

ସନ୍ଧ୍ୟା ବେଳକୁ ପଚାରିଲେ କହିବ ବାପା ନେଟୱର୍କ ପରା ଆମ ଘରକୁ ପାଉନି

ସେ ନେଟୱର୍କ ତାରଟା କେଡେ ବଡ ତାରଟା ଯେ ଏମିତି ଆମ ଘରକୁ ପାଉନି

ସହଧର୍ମିଣୀ କହିବ ତୁମର ପିଲାଙ୍କ କଥାରେ ମୁଣ୍ଡ ନ ଖେଳେଇଲେ ଭାତ ହଜମ ହଉନି

କାଲି ପରା ଟିକି ଅପା ରାମାୟଣ କାହାଣୀ ଅନଲାଇନ ଶୁଣିଛି

ଆଜି ମତେ ଡାକିଚି ମୋର ଅନଲାଇନ ଆସରରେ ଯୋଗ ଦେବାର ଅଛି

ତମେ ମୋ ସହ ଚାଲୁନ ଟିକି ଅପା କତିକି


ହସ ଲାଗିଲା ଶୁଣିକି 

ବଳ, ବଅସ ହଟିଲା ପରେ ଅନଲାଇନ ଆସରରେ ଯୋଗଦେବା ହେଲା

ଏ କି କରୋନା କାଳ ହେଲା

ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବା ଚିନ୍ତା ଘାରୁଚି

ତା ଉପରେ ଏ ମୋବାଇଲ କିଣା ପଇସା ଶୁଝିବି

ତୁମକୁ କ'ଣ ଜଣାପଡ଼ୁଛି

ମଠରେ ଖାଇ ଖଟରେ ଗଡୁଚି ତୁମ ଭଳିଆ ଯେମିତି



Rate this content
Log in