କର୍ତ୍ତବ୍ୟ
କର୍ତ୍ତବ୍ୟ
କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ
କର୍ମ କ୍ଷେତ୍ରରେ ଚାଲିଗଲେ ମୋ ଜୀବନ
ହୋଇଯିବି ମୁଁ ଧନ୍ୟ
ଦୁଇ ଦେଶ ଦୁଇ ପଡୋଶୀ ଦୁଇ ଭାଇ କହିଲେ ଚଳେ
ତୋର ଏ ଜାଗା ମୋର ଏଇଠୁ ବାଡ଼ କୁହାକୁହି ଆରମ୍ଭ ହୁଏ
ଜାଗା ଇଞ୍ଚେ ପାଇଁ ଲଢାଲଢି ଚାଲେ ରାତି ପାହିଲେ
ୟା ଠାରୁ ଭଲ କୋଉ କାଳରୁ ଗାଁ ରେ ରହିଛୁ ସାଇଭାଇ ହୋଇ ବିଭିନ୍ନ ଧର୍ମ ର ଆମେ
ସମସ୍ତେ ହେଉଛୁ ଠିଆ ସମସ୍ତଙ୍କ ବିପଦ ଆପଦରେ
ଭୁଲି ଯାଉଛୁ ଆମେ ଜାତି ଭେଦର ଦୁନିଆ ।
ଏଠି ସୀମା ପାଖରେ ଆଖି ତରାଟି ଚାହିଁ ଥା
ଟିକେ କଡ ଲେଉଟେଇଲେ
ଏପଟ ପଶିଯିବେ ଉଗ୍ରବାଦୀ ଦୁଇ ଚାରିଟା।
ଏତେ ଦିନର ଚାକିରି ଭିତରେ କେବେ ଏତେ ଏକୁଟିଆ ଅନୁଭବ ହୁଏନା
କେବେ ଜହ୍ନ ସହ କଥା କଟାକଟି ତ
କେବେ ଖୁସି ଗପ ହୁଏ ସାଥିରେ ଥାଆନ୍ତି ତାରା ।
କେବେ ଘର କଥା କେବେ ଦେଶର ଆଭ୍ୟନ୍ତରୀଣ କଥା
କେବେ ରେଡ଼ିଓ ରୁ ପୁରୁଣା ଗୀତ ଶୁଣିବା
ଆଜି ଭାରୀ ଖାଁ ଖାଁ ଲାଗେ ମନ ଜମା ମାନେନା
ବିବାହ ର ଗଇଁଠାଳ ଖୋଲିନି
ହାତର ମେହେନ୍ଦି ଲିଭିନି
ବସିବା ଜାଗାରୁ ଉଠିକି ଆସିଲି
ଆସିଗଲା ସୀମାନ୍ତରୁ ଡକରା
ଆସିଲା ବେଳେ ମାଁ ର ଯୋଉ କାନ୍ଦ !
ନବ ବିବାହିତା ସ୍ତ୍ରୀର ମୁହଁ ବି ଦେଖିନି
ଏ ଭିଜା କାକର ବିନ୍ଦୁ କହୁଚି ତା ମନ ଅବସ୍ଥା
ମନକୁ ମୋର ମୁଁ ପଚାରେ ବାର ବାର ମୋର ଦୋଷ କ'ଣ?
ମୁଁ କର୍ତ୍ତବ୍ୟ ଆଗରେ ବିକି ଦେଇଚି ଜୀବନ
ଇଚ୍ଛା କ'ଣ ହୁଏ ନାହିଁ ପାଇବାକୁ ପତ୍ନୀ ର ପ୍ରୀତି ପରଶ
ଶୁଣିବାକୁ ଇଛା ହୁଏନି କ'ଣ ତା ହାତର ଚୁଡ଼ି ର ଋଣୁଝୁଣ ଗୀତ
ପାଦ ପାଉଁଜି ର କୁହୁକ ଡାକ ।
ଏଠି ତ ସବୁବେଳେ ମୃତ୍ୟୁ ର ତାଣ୍ଡବ
ଯଦି ମୋର କିଛି ହୋଇଗଲା
ମୋ ପତ୍ନୀ ର ହେବ କ'ଣ
ବିବାହ ବନ୍ଧନରେ ବାନ୍ଧି ହୋଇଚି ସତ
ପତି ସୁଖ ଦେବା ଆଗରୁ ଆସିଗଲା କର୍ତ୍ତବ୍ୟ ର ଡାକ
ଛାଡି ଚାଲି ଆସିଲି ବାସର ରାତିର କକ୍ଷ
ନା ତା ପାଖରେ ଫୋନ ଅଛି,
ନାଅଛି ଚିଠି ଲେଖିବା ସୁବିଧା
ଆମ ଘରେ ସେ ସମ୍ପୂର୍ଣ୍ଣ ଅପରିଚିତା ।
ଏ ଲଞ୍ଜାତାରାଟା ଆକାଶରୁ ଖସି ଭାବନାର ବୁଢୀଆଣୀ ଜାଲରୁ ଟାଣି ଆଣିଲା ବାସ୍ତବ ରାଇଜ
ଲଞ୍ଜାତାରାକୁ ଦେଖି କରୁଚି ମୁଁ ମାନସିକ
ଜଲଦି ଫେରିଯାଏ ମୋ ପତ୍ନୀ ର ପାଖ
ମୋ ପ୍ରିୟା ଚାହିଁ ବସିଥିବ ମୋ ଫେରିବା ବାଟ।