STORYMIRROR

Amita Dash

Others

3  

Amita Dash

Others

ଉଡନ୍ତା ଚଢ଼େଇ

ଉଡନ୍ତା ଚଢ଼େଇ

1 min
347

ମନ ମୋର ଏକ ଉଡନ୍ତା ଚଢ଼େଇ

ବିସ୍ତୃତ ନୀଳ ଆକାଶରେ ଉଡ଼ିବାକୁ ହୁଏ ମନ

ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ 

ଦିଗର ନଥିବ ଧ୍ୟାନ

ଡେଣା ଉଡେଇ ପଂଖ ଖୋଲି ବୁଲିବି ମୁଁ ଦିଗରୁ ଦିଗନ୍ତ

କୋଉଠି ଆଖି ଲାଖିଯିବ ଦେଖି ସୁନ୍ଦର ଗାଆଁ ପରିବେଶ

କୋଉଠି ଦେଖୁଥିବି ନୀଳ ଆକାଶରୁ ବିସ୍ତୃତ ନୀଳ ସାଗର

ଉତ୍ତାଳ ତରଙ୍ଗ ଉଚ୍ଚ ଉଚ୍ଚ ଢେଉ ଛୁଇଁବାକୁ ମନ ଲାଳାୟିତ

ଉଡି ଉଡି ଥକି ଗଲେ ମୁଁ ହିଁ ଖୋଜିବି ନୀଡ଼ଟେ

ଗୋଡ଼ ଦୁଇଟାକୁ ଦେବାକୁ ବିଶ୍ରାମ

ନିଛାଟିଆ ବିଜନରେ ଖୋଜି ବୁଲିବି

ବରଗଛର ଡାଳ

ଖାଇବି ବର ଫଳ ଆଉ କଅଁଳିଆ ଓହଳ 

ପିଇବି ନଈର ମଧୁର ଜଳ

ଜହ୍ନ ଜୋଛନାରେ ଖିଲି ଖିଲି ହସୁଥିବ କୁମୁଦ

ସଜେଇ ଗଭାକୁ ଜଳାଉଥିବ କଲିଜା ପଦ୍ମର

କାଚକେନ୍ଦୁ ପାଣିରେ ମୁହଁ ମୋର ଦିଶୁଥିବ ଝଲମଲ

ପ୍ରକୃତି ଛଟା ଦେଖିବାକୁ ବସି ପଡିବି ନଈପଠା ପାଖର

ସଞ୍ଜ ସମୀରର ତାଳେ ତାଳେ ଦୋଳି ଖେଳୁଥିବ କାଶତଣ୍ଡୀର ଫୁଲ

ପଚାରି ବସିବ ମୋତେ ଭ୍ରମଣ କୋଉ କୋଉ ଜାଗା ସାରିଲ

ଘରେ ଘରେ ଅତିଥି ଅଭ୍ୟାଗତଙ୍କର ଜମିଚି ଆସର

ଦୁଇ ତିନିଦିନ ରହିଯାଆ ଏଇଠି ଦେଖିବୁ ଦୂର୍ଗା ପୂଜା ଆମର

ମନ ହେଲା ବୁଲିବାକୁ ଟିକେ ବୁଲି ଆସିଲି

ରହି ପାରିବିନି ଏତେ ଦିନ

ଘରେ କୁନି କୁନି ଛୁଆମାନେ ଚାହିଁ ବସିଥିବେ ବାଟ

ତାଙ୍କୁ କିଏ ଖାଇବା ଦବ

ଆମ ଘର ଗଛ ତଳେ ରହୁଚି ଗୋଟିଏ ବିଷଧର ସର୍ପ

ଓର ଉଣ୍ଡି କରି ମୋ ଛୁଆଙ୍କୁ ଯଦି ଖାଇଦବ

ନିଆଁଲଗାଟା ଆଜିଯାଏ ଗୋଟେ ଛୁଆ ରଖେଇ ଦେଇନି ମୋର

ଛୁଆମାନେ ଉଡି ଶିଖିବା ଯାଏ ଜଗିଥିବି ପାରୁ ପର୍ଯ୍ୟନ୍ତ

ପିଲା ପାରିଲାର ହୋଇଗଲେ ମନ୍ଦିର ପାଖ ଦେଖି ବସା ବାନ୍ଧିବି ଯେମିତି ନିତି ଶୁଣୁଥିବି ହରିବୋଲ ଘଣ୍ଟ ଘଣ୍ଟିର ଶବ୍ଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍