STORYMIRROR

Amita Dash

Abstract Inspirational Others

4  

Amita Dash

Abstract Inspirational Others

ଈଶ୍ବର ସର୍ବବ୍ୟାପୀ ତୁ

ଈଶ୍ବର ସର୍ବବ୍ୟାପୀ ତୁ

1 min
419


ସୂର୍ଯ୍ୟ,ଚନ୍ଦ୍ର ଯାହାର ଆଜ୍ଞାରେ ହୁଅନ୍ତି ଆତଯାତ

ଆକାଶରେ ତାରା ଦିଶନ୍ତି କି ସୁଶୋଭିତ

କୋଇଲି କଣ୍ଠରେ ଭରି ଦେଇଛନ୍ତି ସିଏ କେତେ ମିଠା ସଙ୍ଗୀତ 

ତାଙ୍କ ବିନା, କୁଳୁକୁଳୁ ଶବ୍ଦ କରି ବହି ପାରିବକି ଝରଣାର ଜଳ

ଆକାଶ,ଧରା ଏ ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟି ରଚୟିତା ସିଏ 

ସିଏ ପରା ଆମର ଈଶ୍ବର,

ସର୍ବବ୍ୟାପୀ ଅଟନ୍ତି ସିଏ


କୋଣ ଅନୁକୋଣରେ ପୁରି ରହିଛି ସତ୍ତା ତାଙ୍କର

ଈଶ୍ବର ବିଶ୍ବାସ,ଈଶ୍ବର ସତ୍ୟ, ଈଶ୍ବର ଚିରନ୍ତନ

ଆମ ନିଃଶ୍ବାସ,ପ୍ରଶ୍ୱାସ ରେ ଭରି ରହିଛି ତାଙ୍କରି ଆଶୀଷ

ଈଶ୍ବର ଆଶା,ଈଶ୍ବର ଶାନ୍ତି

ଈଶ୍ବର ଧର୍ମ ଓ ଦର୍ଶନ

ସକଳ ଶକ୍ତି ର ଆଧାର


ସଂସାର ଶାସକ, ସଂସାର ନିୟାମକ

ତାଙ୍କ ଗୁଣ ବର୍ଣ୍ଣନା କରିବାକୁ ଅକ୍ଷମ ମୁଁ ଅଧମ ଛାର

ତାଙ୍କ ନାମ ଧରି ଯାଉ ଏ ଜୀବନ

ତୁଣ୍ଡରେ ଥାଉ ସଦାବେଳେ ହରିବୋଲ ର ସଙ୍କୀର୍ତ୍ତନ

ମୁଖ କହୁଥାଉ ସଦା ସତ୍ୟ ବାଣୀ

ହୃଦୟରେ ସଦା ଦୟାର ଥାଉ ବାସ

ଅନ୍ୟ ର ଦୁଃଖ ରେ ଆଖିରୁ ଝରି ପଡୁଥାଉ ଲୋତକ

ପରଶ୍ରୀକାତରତା,ଘୃଣା ,ରାଗ , ହିଂସା ଠାରୁ ରହିଥାଏ କୋଶ ଦୂରରେ

ମୋର ଏ ଦଦରା ସଂସାର ନାଆ କୁ ବାହି ନିଏ ସକୁଶଳେ

ଦୁଇ ବେଳ ଦୁଇ ମୁଠା ଖାଇବା ମିଳିଯାଉ

ଧନର ଲାଳସା ନ ଦିଅ ମନରେ

ନିତ୍ୟ ମୋ ମନ ମନ୍ଦିର ରେ ତୋର ପୂଜା ହେଉ

କର୍ମ ହିଁ ଭଗବାନ ଏଇ ବିଶ୍ବାସ ରହୁ


ଘଡିକେ ମାରିବ ଘଡିକେ ତାରିବ

ତୁମ ଲୀଳା କିଏ ବୁଝି ପାରିବ

କୃମିଠୁ କୀଟ ସବୁ ଙ୍କୁ ଜନ୍ମାଇ

ସାରା ବ୍ରହ୍ମାଣ୍ଡର ମହାପ୍ରଭୁ ବୋଲି ହୁରି ଯାହା ପଡଇ 


ବିନା ଆଜ୍ଞାରେ ଗଛରୁ ପତ୍ର ଖସେନା

ବିଶ୍ବାସେ ମିଳଇ ତର୍କ ରେ ମଣିଷ ନର୍କ ଭୋଗଇ

ଦିବ୍ୟ ଶକ୍ତି ସତ୍ତା ଅନୁଭବ ପାଇଁ ଦିବ୍ୟ ଚକ୍ଷୁ ର ଆବଶ୍ୟକ ପଡଇ

ରାତି ଦିନ ତାଙ୍କ ଚରଣ ତଳେ ଲୟ ରଖିଥିବା ଭବ ସାଗର ପାର ହୋଇଯିବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract