STORYMIRROR

Amita Dash

Others

3  

Amita Dash

Others

ଭର୍ଚୁଆଲ୍ ବିବାହ

ଭର୍ଚୁଆଲ୍ ବିବାହ

1 min
433


କହି ଦେଉଥାଏ ପରକୁ ନା ବୁଦ୍ଧି ନ ଦିଶଇ ଘରକୁ

କି ଯୁଗ ହେଲା ପୁଅ ନାହିଁ କି ବୋହୂ ନାହିଁ 

ବେଦୀ ସଜା ହୋଇଚି ମୋବାଇଲ ଭିତରେ କୋଉ ଗୁଣକୁ

କହିଲେ କହୁଚି ନଣନ୍ଦ ମୋର ଆଜିର ଏ ଫେଶନ


ଛଅ ଇଞ୍ଚର ମୋବାଇଲ ନୁହେଁ ତ ଭାନୁମତୀ ପେଡ଼ି 

କେତେ କଣ ତା ଭିତରେ ଭରା ପଡ଼ିଛି

ବିବାହ ମଣ୍ଡପ ସଜା ହୋଇଚି

ପୁଅ ବାଲା ବି ତା ଭିତରେ ଅଛନ୍ତି ଝିଅପକ୍ଷ ବି ତା ଭିତରେ ବସିଛନ୍ତି 

ଉଣା କିଛି ରହିଛି ତ କେବଳ ବାଜା ବାଣ ରୋଷଣୀ

 ଆମେ ପାଖରେ ଉପସ୍ଥିତ ନାହେଁ

ବାହାଘର ମଜାର ଶୋଭା ବଢ଼ିଥାଏ ବରଯାତ୍ରୀ ମେଳରେ

ଶୁଖିଲା ଶୁଖିଲା ବାହାଘର

ପୁଅ ଓଡ଼ିଶାର ଝିଅ ଗୁଜରାଟି

ପୁଅର ଛୁଟି ନାହିଁ ଝିଅର ବିଦେଶ ଯିବାର ଅଛି

ଛଅ ମାସ ଯାଏ ବିବାହର ଭଲ ତିଥି ନାହିଁ

ବାଟ କମ ପଡିବ ବରଯାତ୍ରୀ ଖର୍ଚ୍ଚ କମ ହୋଇଯିବ

ଏଥିପାଇଁ ମୋବାଇଲରେ ବାହାଘର ହେବ

ନା କ'ଣ ନା କରୋନା କଟକଣା 

ରାଜ୍ୟ  ରାଜ୍ୟର ଦୂରତା ରଖାଯିବ

କାନ ଉଠିଲା ଦିନୁ ଏକଥା ଶୁଣା ହୋଇନି

ମୋବାଇଲ ଭିଡିଓ କଲ୍ ରେ ସବୁ ହୋଇଯିବ

ହାତ ହାତକୁ ଛୁଇଁବନି କିନ୍ତୂ ହାତ ଗଣ୍ଠି ପଡିବ

ଗଇଁଠାଳ ବାନ୍ଧିବ କିଏ?

ସିନ୍ଦୂର ପିନ୍ଧା ମଙ୍ଗଳସୂତ୍ର ପିନ୍ଧିବା

ସବୁ ମୋବାଇଲରେ ହୋଇଯିବ

ଆଖି ସାମନାରେ ସବୁ ଘଟିବ

କିନ୍ତୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତି କାହାର ନ ଥିବ

ମୋବାଇଲରେ ସମସ୍ତେ ଉପସ୍ଥିତ ଥିବେ

ଛଅ ଇଞ୍ଚର ମେସିନ ଭିତରେ ସବୁ ହୋଇଯିବ

ସବୁ ଆଭାସୀ ଦୁନିଆର ସପନ ଦେଖା

ସ୍ୱପ୍ନ ସ୍ୱପ୍ନ ଭିତରେ ସ୍ୱପ୍ନ

ବିବାହ ପରର ମିଳନ ମିଳନର ଅନୁଭବ!

ହୃଦୟର ଆଲୋଡନ ଅଜଣା ପୁଲକ!

ମାତୃତ୍ଵର ଆନନ୍ଦ ସନ୍ତାନର ଲାଳସା!

ଏ ସବୁ ଭର୍ଚୁଆଲ ବିବାହରେ ସମ୍ଭବ?

ଯଦି ନୁହେଁ ଲୋକ କରୁଛନ୍ତି କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍