STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ଅଭିନୟ

ଅଭିନୟ

1 min
380


ଅଭିନୟ ଭରା ଏକ ମୋର ଜୀବନ

ପାଦେ ପାଦେ ରାସ୍ତା କଣ୍ଟକିତ

ଚାଲୁଛି ଚାଲିବି ସରିବା ଯାଏ ଆୟୁଷ

ବେଳ ହେଲାଣି ରତ ରତ

ମାଆ କୋଳେ ଯିବାକୁ ସୂରୁଜ ଦେବତା ହେଲେଣି ତରତର।


ଏ ଲମ୍ବା ରାସ୍ତା ମନେପକାଇ ଦେଉଚି ଅତୀତରୁ ବର୍ତ୍ତମାନ

ସତରେ ଜ୍ୟୋତିଷ ଭବିଷ୍ୟ ବାଣୀ ହୋଇଲା କି ସତ

କହିଥିଲେ ନାହାକ ଗୋସେଇଁ ମାଆ ଆଗର

ତୋ ଝିଅ ବାହାଘର ହେବ ସ୍ଵାମୀ ନ ଥାଇ ତା'ର।


ମୋ ପାଖରେ ଅଛି ସ୍ଵାମୀ ନାଆଁର ଶଙ୍ଖାଓ ସିନ୍ଦୂର

ସମାଜ କୁ ଦେଖେଇବାକୁ ଲାଗିଛି ମୋଠି ସ୍ତ୍ରୀର ମୋହର

ସବୁବେଳେ ଶୁଣେ ଠାକୁର ଖଟୁଳିରେ ପୂଜା ପାଇବାକୁ ଆସିନ।

ରୋଗିଣା ଶରୀରେ କେତେ ଖଟିବି

ପାଉନି ଥଳକୂଳ

ଏତେ ଯନ୍ତ୍ରଣାରେ ବି ଯାଉନି ନିଲଠା ଜୀବନ

ହୃଦୟ କୋହକୁ ଚାପି ରଖି କରୁଚି ଅଭିନୟ

କାହାପାଇଁ ମୁଖରା ମୁଁ କାହା ପାଇଁ ଅମଙ୍ଗଳ

ମୋ ମୁହଁ ଦେଖିଲେ ମିଳିବନି ଯଶ

ଦିନଟି ଭଲରେ ନ ଯିବ।


ବିଷ କନ୍ୟାର ଅଭିନୟ ମୋର 

କରିଦେଲା ଯାହା ପରିବାର ଛାରଖାର

ମଝି ରାସ୍ତାରେ ଚାଲୁଛି ମୁଁ ଆଜି ଯିବି

ଆଗରେ ନା ପଛର


ଅତୀତର ବାଟ ନିଆଁ ଜଳାଉଚି ପଶ୍ଚାତାପର

କହି ପାରିବକି ରାସ୍ତା ଆଗର

ରହିଛି ମୋଠି ଆଉ କେତେ ଗୁମର

ଏଠି କେବଳ ରାସ୍ତାର ଅଙ୍କାବଙ୍କା ବାଟ

ଶିଥିଳ ଶରୀର ସହ ହୃଦୟ ଆଲୋଡିତ

କୋଉଠି ଭୁଲ୍ କରିଦେଲି ପାରିଲିନି ଅଭିନୟ

ପଇସା ,ପଇସା ଏଠି କେବଳ ପଇସାର ଖେଳ

ଆଗ ପରିବାରର ଦାୟିତ୍ଵ ପରେ

 ସେବା ଜନ ସମାଜର

 ଚାଲିଚି ପଥରେ ଏକାକୀ ରହିଗଲା ମୋଠି ଦୁନିଆଦାରୀର ଘୋର ଅଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy