Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Tragedy

5.0  

ଅଜୟ କୁମାର ବେହେରା

Tragedy

ହାହାକାର

ହାହାକାର

1 min
181


       

କରୋନା କୋକୁଆ କାନ୍ଧରେ କୋକେଇ

    କବଳରେ ସାରା ବିଶ୍ୱ ।

ଜନ ମାନସରେ ଅଦୃଶ୍ୟ ଆତଙ୍କ

    ହୃଦୟକୁ କରେ ସ୍ପର୍ଶ ।୧।

ଅଜବ ଗୁଜବ ଗଜବ କାହାଣୀ

   କରୋନା ଭୁତର ଭୟ ।

ଅଡିଓ ଭିଡିଓ ମିଡିଆ ପ୍ରଚାର

   ମନକୁ କରେ ଅଥୟ ।୨।

କଳ୍ପନା ଜଳ୍ପନା ମନେ ଉନ୍ମାଦନା

   ବଞ୍ଚିବା ପାଇଁ ଯୋଜନା ।

ଚଳ ଓ ଚଞ୍ଚଳ ଅଂଚଳେ ଚହଳ

   ମନ ହୁଏ ଆନମନା ।୩।

ଛନ୍ନ ଛନ୍ନ ମନ ଆସନ୍ନ ମୃତ୍ୟୁରେ

    ପେଟକୁ ଯାଉନି ଦାନା ।

ଶାସକ ପୋଲିସ ସ୍ୱାସ୍ଥ୍ୟସେବା ସଂସ୍ଥା

     ଦଳ ବଳେ ତନାଘନା ।୪।

ସପିଙ୍ଗ ମହଲ ସିନେମା ହଅଲ

   ସ୍କୁଲ କଲେଜ ହଷ୍ଟେଲ ।

ସବୁଆଡେ ବାଜେ ସତର୍କ ନାଗରା

   ଖାଲି କରି ଘରେ ଚାଲ ।୫।

ବିଦେଶରୁ ଯେତେ ଦେଶକୁ ଆସନ୍ତି

    ଯାଆଞ୍ଚ ପ୍ରକ୍ରିୟା କଡା ।

ଦେବାଳୟ ଠାରୁ ସେବାଳୟ ଯାଏ

   ସତର୍କତା ଏବେ ଲୋଡ଼ା ।୬।

ମୁଖେ ମୁଖା ବାନ୍ଧି ମୁଣ୍ଡେ ଟୋପି ପିନ୍ଧି

       ହାତ ରଖି ପରିଷ୍କାର ।

ସ୍ୱଚ୍ଛତାର ମାନ ପରିମଳେ ଧ୍ୟାନ

     ସବୁ ସ୍ଥାନେ ଦରକାର ।୭।

ଆମିଷ ଆହାର ମୁହଁରେ ପାହାର

    ଗରମ ପାଣି ପାନୀୟ ।

ନିରାମିଷ ଖାଦ୍ୟ ହୋଇଥିବ ସଦ୍ୟ

    ପେଟ ପାଇଁ ବାଞ୍ଛନୀୟ ।୮।

ଛାଡି ଥଣ୍ଡା ଗୃହ ଖାଦ୍ୟ ଓ ପାନୀୟ

    ରେଳ ଗାଡି ବସ ଯାତ୍ରା ।

ସକାଳ ପ୍ରହରେ ସୂର୍ଯ୍ୟ ଆଲୋକରେ

    ଗ୍ରହଣୀୟ ତାପମାତ୍ରା ।୯।

ଶଯ୍ୟା ତ୍ୟାଗ କରି ପ୍ରାତଃ ଭ୍ରମଣରେ

      ଶାରୀରିକ ଶ୍ରମ କରି । 

ଝାଳ ଗମ ଗମ ଦେହରୁ ନିଗାଡି

    ଘରକୁ ଆସିବା ଫେରି ।୧୦।

ଥଣ୍ଡା ସର୍ଦ୍ଦି କାଶ ବାରମ୍ବାର ଛିଙ୍କ

     ଭୁତାଣୁ ବଂଶ ବିସ୍ତାର ।

ଛୁଆଁ ରୋଗ ଏହି ସ୍ପର୍ଶରେ ବ୍ୟାପୁଛି

     ଅଟଇ ସ୍ପର୍ଶ କାତର ।୯।

ହୋଇବା ତତ୍ପର ଦେଖେଇ ଡାକ୍ତର

     ରୋଗ କରିବାକୁ ଦୂର ।

ପରୀକ୍ଷା ନିରୀକ୍ଷା ଆମ ପ୍ରତିରକ୍ଷା

    ସହଯୋଗ ଦରକାର ।୧୦।

ମୃତ୍ୟୁ ପାଇଁ ଭୟ ଅଥୟ ଭାବନା

    ମନେ ଧରି ଲାଭ ନାହିଁ ।

କରୋନା କୋକୁଆ ହେବ ପରାଜିତ

   ହାହାକାର ହେବା କାହିଁ ।୧୧।

ଆସିଛି କରୋନା ଶିକ୍ଷା ଦେଉଅଛି

    ଜୀବେ କ୍ରୁର ଭାବ ଛାଡ ।

ହୃଦେ ଦୟା ରଖି ନିର୍ଦ୍ଦୟୟତା ତେଜି

   ଖାଅନାହିଁ ମାଂସ ହାଡ଼ ।୧୨।

ପରିବେଶ ରକ୍ଷା ଜୀବନ ସୁରକ୍ଷା

     ଜଙ୍ଗଲ କରନି ନଷ୍ଟ ।

ବୃକ୍ଷ ରୋପଣରେ ମନ ନିବେଶିଲେ

   ଦୂର ହେବ ଦୁଖଃ କଷ୍ଟ ।୧୩।

ଆମ ପରିବେଶ ହୋଇବ ସରସ

     ସବୁଜିମା ଭରିଯିବ ।

ସ୍ୱଚ୍ଛତା ଧର୍ମକୁ ବଜାଇ ରଖିଲେ

   ରୋଗ ଶୋକ ଦୂର ହେବ ।୧୪।

ପରସ୍ପର ପ୍ରତି ସ୍ନେହ ପ୍ରେମ ଭକ୍ତି

     ଆଚରଣେ ବିଚରଣ ।

ଇର୍ଷା ହିଂସା ଦ୍ୱେଷ ଅହଙ୍କାର ତ୍ୟାଗେ

   ଶାନ୍ତି ସୁଖ ଦେବ ଜାଣ ।୧୫।



Rate this content
Log in

Similar oriya poem from Tragedy