STORYMIRROR

Naliniprava Subudhi

Tragedy

4  

Naliniprava Subudhi

Tragedy

ବାଇଚଢେଇ ର ଦୁଃଖ

ବାଇଚଢେଇ ର ଦୁଃଖ

1 min
243

କାଠି କୁଟା ଦେଇ ଗଢି ଥିଲି ଦିନେ

ବାଇ ଚଢେଇର ବାଇଆ ବସା । 

ସେ ବସାରେ ତିନି ଶାବକ ଥିଲେ ମୋ

କିଚିରି ମିଚିରି ସ୍ନେହରେ ରୁଷା। 

ସମୟ ଝଡରେ ଲାଗିଗଲା କୁନି 

ପକ୍ଷୀଙ୍କ ଡେଣାରେ କଅଁଳ ପର। 

ନୀଳ ଆକାଶକୁ ଉଡ଼ିଗଲେ ପକ୍ଷୀ, 

ଭୂଲିଗଲେ ସବୁ ବାଇ ଚଢେଇର

ସ୍ନେହ ଡୋରୀ ବନ୍ଧା ବାଇଆ ଘର।

ସମୟର ଝଡ ଥମିଗଲା ସିନା

ବାଇଚଢେଇଟି କାନ୍ଦେ ଗୁମୁରି । 

ଉଡିଗଲେ ପକ୍ଷୀ ଫେରିବେନି ଆଉ

ନୂଆନୂଆ ବସା କଲେ ତିଆରି। 

ବାଇଚଢେଇଟି ସାଉଁଟି ଝୁରିବ

ଶାବକ ମାନଙ୍କ କଅଁଳ ବେଳ। 

ସମନ ଡାକରେ ଫେରିଯିବ ଦିନେ

ଝୁରିଝୁରି ଶେଷେ ସରିବ ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy