Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Tragedy

5.0  

Purnima Prusty

Tragedy

ବାପା ତୁମେ ସତେ କି ପଥର

ବାପା ତୁମେ ସତେ କି ପଥର

1 min
492



ତୁମେ ବାପା କେତେ ସ୍ୱାର୍ଥପର

କରିବ କିପରି ମତେ ସାତପର

ଛାତିକୁ କିପରି କରିବ ପଥର

ବଞ୍ଚିବି କିପରି ବିନା ତୁମର ?


ଲୋଡୁ ଅଛି ସଦା ତୁମ ସାହାରା

କିପରି କରିବ ମତେ ବେସାହାରା

ନଇ ଟିଏ କି ସତେ ମୁଁ ଅଫେରା

ଭାବୁଛ ତୁମ ବୋଝ ମତେ ପରା ।


ବଞ୍ଚି ପାରିବିନି ବିନା ତୁମର

କି ପାଇଁ ସାଜିଛି ବିହି ନିଷ୍ଠୁର

ତୁମେ ହିଁ ଏକା ଲାଗ ନିଜର

ଅଜଣା ଟିଏ ଯେ କରିବ ଦୂର ।


ଖେଳନା ଟିଏ ମୁଁ ସତେ ଯେମିତି

ଭାଗ୍ୟ ସହ ମୁଁ ଖେଳିବି କେମିତି

କେହି ବୁଝିବେନି ମୋ ପରିସ୍ଥିତି

ଲୁହରେ ଭିଜିବି ସଦା ଦିନ ରାତି ।


ଝିଅ ଜନମ ଟା ହୀନ କପାଳି 

ଅନ୍ୟ ଘରେ ସେ ଜାଳିବ ଦୀପାଳି

ଯେତେ କରିଲେ ବି ଖାଇବ ଗାଳି

ଅନ୍ୟ ଖୁସି ପାଇଁ ନିଜେ ଯିବ ଜଳି ।




Rate this content
Log in

Similar oriya poem from Tragedy