STORYMIRROR

ଗୁରୁଚରଣ ମହାକୁଡ଼

Tragedy Others

3  

ଗୁରୁଚରଣ ମହାକୁଡ଼

Tragedy Others

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
134

ସୁନା ଭଉଣୀ ର ସୁନେଲି ରାକ୍ଷୀ

ପବିତ୍ର ବନ୍ଧନ ଅମ୍ଲାନ ସାକ୍ଷୀ ।


ଭାଇ ଭଉଣୀ ର ଅତୁଟ ବନ୍ଧନ

ସେନେହ ର ସୁତା ରାକ୍ଷୀ

ହାତେ ବାନ୍ଧି ଦେଲେ ସୁନା ଭଉଣୀ

ମୋ ମନ ହୋଇ ଯାଏ ଖୁସି ।


ଜନ୍ମ ଜନ୍ମ ର ଏ ପବିତ୍ର ବନ୍ଧନ

ରଚେ ଇତିହାସ ଆଜି

ସରାଗେ ନିଜର ନିସ୍ଵାର୍ଥ ସମ୍ପର୍କ

ସୁଖ ଦୁଃଖ ର ମୋ ସାଥୀ ।


ମିଛି ମିଛ କଳି ରାଗ ଅଭିମାନ

ଭାଇ ପାଖେ ଅଳି ଯେତେ

କ୍ଷଣିକ ପାଇଁ ସେ ଆସି ଚାଲିଯାଏ

କାଳ ବୈଶାଖୀ ସତେ ।


ଜଣେ ଜଣକୁ ଯେ ଦଣ୍ଡେ ନ ଦେଖିଲେ

ନପାରେ ମୁଁ ଜମା ରହି

ଯେତେ ଦୁରେ ଥିଲେ ମୋ ସୁନା

ଭଉଣୀ ଛାଇ ପରି ଥିବି ମୁହିଁ ।


ଆସୁରେ ବତାସ ଝଡ଼ କି ତୋଫାନ

ଛୁଇଁ ବନି ତୋର ଛାଇ

ତୋର ପ୍ରତି ମୋର କର୍ତ୍ତବ୍ୟ ମୋହର

ଯେତେ କଲେ ଲାଗେ ଅଧୁରା ତୋ ଖୁସି ପାଇଁ ।ଜୀବନ ବି ଦେବି ତଥାପି ତୁ ହସୁଥା


ନଆସୁ ତୋ ଆଖିରେ କେବେ ଲୁହ ଧାର ଛାତି ମୋର ଯିବ ଫାଟି 

ଏମିତି ଦିନ ମୁଁ ଦେଖିବା ଆଗରୁ ଚକ୍ଷୁ ମୋର ଯାଉ ଫୁଟି..


ସୁନେଲି ରାକ୍ଷୀ ତ ଆଖି କୁ ସୁନ୍ଦର ହାତରେ ରେ ଦିଶେ ଝଲକି

ସ୍ନେହ ପ୍ରେମ କେବେ ନଦିଶେ ଆଖିକୁ ଅନ୍ତରେ ଯେ ଲୁଚି ଥାଏ

ଦେଖି ପାରେ ଯିଏ ପ୍ରେମ ସ୍ନେହ ସିନା ମୋ ସୁନା ଭଉଣୀ ପରା


ଜଗତେ ନଥିବେ ଏମିତି ଭଉଣୀ ଭାଗ୍ୟ ବଳେ ପାଇଛି ମୁହିଁ

ରାକ୍ଷୀ ବାନ୍ଧି କେବେ ମାଗିନି ପାଉଣା ନିଏ ନାହିଁ ଉପହାର

ଭାଇ ପାଖେ ଥିଲେ ଅନ୍ଧାର ପଥ ବି ଦିଶେ ମୋତେ ଖାଲି ଆଲୁଅ 


ଏମିତି କହିସେ ଋଣୀ କରି ଦିଏ ପାରେନା ମୁଁ କିଛି କହି

ମୋ ଆୟୁଷ ଟି ତୋତେ ଲାଗିଯାଉ ଆଶୀର୍ବାଦ ଖାଲି ଏତିକି

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy