STORYMIRROR

ଗୁରୁଚରଣ ମହାକୁଡ଼

Inspirational Others

4  

ଗୁରୁଚରଣ ମହାକୁଡ଼

Inspirational Others

ଅପରାଜିତା

ଅପରାଜିତା

1 min
16

କେଉଁ ରାଇଜ ର ସେ କି ରାଜକୁମାରୀ

କାହା ଘର ର ଘରଣୀ କାହା ହୃଦୟ ର ସେ ରାଜକୁମାରୀ

କାହା ରାଜ ଉଆସ ର ରାଣୀ!

କେବେ ସିଏ ସାଜେ ଜନନୀ ଭଗିନୀ ଜାୟା ତିନି ରୂପ ଯାର

ସେ ସଦା ବିଜୟୀ ଏଇ ସଂସାର ର ରେ ଫୁଲ ଠୁ କୋମଳ ହୃଦୟ,


ନୟନ ର ଅଶ୍ରୁ ଓଷ୍ଠ ଯାଏ ପିଇ ହସେ ଯେବେ ସେଇ ହୃଦୟ ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ ଅନ୍ତରେ ଖେଳେ ତା ତରଙ୍ଗ,

ସତେ କି ହୃଦୟ ନଈ ବାଲି ପରି ଆଖି ଲୁହ ନଈ ପାଣି

ଝରୁ ଝରୁ ପୁଣି ଶୁଖିଯାଏ ସିନା ଚମକୁ ଥାଏ ସେ କଇଁ,


ଇଛା ଅଭିମାନ ଭୂଲି ଆପଣାଇ ଥାଏ କିଏ ବା କରୁଛି ଆଦର

ନିନ୍ଦା ଅପବାଦ ନିର୍ଯାତନା ସହି ହସୁଥାଏ ସଦା ବଳୟ

ଦୁଃଖ ପରା଼ ତାର ଜୀବନ ର ଛାୟା ସୁଖ ତ ଚଗଲା ପକ୍ଷୀ

ମନ କୁ ବୁଝାଇ ନିଜେ ହସି ଦିଏ ଅନ୍ୟକୁ ଦିଏ ହସାଇ

ସତରେ ସେ ଗୋଟେ ଅପରାଜିତା ପରି କେବେ ସିଏ ଲାଗେ ପୂଜା ରେ


କେବେ ଫୁଟି ପୁଣି ମଉଳି ଝଡ଼େ ସେ ନାରୀ ହୃଦୟ ଯୋଡ଼େ ତା ସାଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational