STORYMIRROR

ଗୁରୁଚରଣ ମହାକୁଡ଼

Others

3  

ଗୁରୁଚରଣ ମହାକୁଡ଼

Others

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
19

"ଏଣ୍ଡୁରୀ ପିଠା"ଏଣ୍ଡୁରୀ ପିଠା ରେ ପୁରି ଉଠେ ଘର ମାମୁଁ ଘରୁ ଆସେ ଅଷ୍ଟମୀ ବେଭାର "

ପ୍ରଥା ପରମ୍ପରା ରହିଛି ଗୋ ସାକ୍ଷୀ ଇତିହାସ ହୋଇ ଆଜି

ଭିନ୍ନ ରୂପ ରେଖ ପାଳେ ଏ ଜଗତ ପରବ ମିଠା ସ୍ମୃତି...,

ପୁର ପଲ୍ଲୀ ବାସେ ମହକି ମହକି ଏଣ୍ଡୁରୀ ର ମିଠା ମହକ

ପଢୁଆଁ ର ବେଭାର ଆସେ ମାମୁଁ ଘରୁ ସବୁ ଜ୍ୟେଷ୍ଟ ସନ୍ତାନ ର ସୌଭାଗ୍ୟ.

ମଗୁଶିର ର ଏ ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ନାମେ ବିଖ୍ୟାତ

ପ୍ରଥମ ସନ୍ତାନ ସଭିଙ୍କ ର ପ୍ରିୟ ଆଦର ଯେ ଥାଏ ସମସ୍ତ

ନାଇନୂଆଁ ବସ୍ତ୍ର ନେଇ ସେ ଆଶିଷ ଗୁରୁଜନ ଙ୍କ ଛୁଇଁ ଚରଣ

ଖାଇ ସେ ଏଣ୍ଡୁରୀ ବୁଲି ସାଙ୍ଗ ସାଥେ ମେଳି ହସ ବୁଣେ ଖୁସି କୁହୁକ

ମହକ ଭରିଛି ଏସାରା ଭୁବନ ହଳଦୀ ପତର ବାସ

ଏଣ୍ଡୁରୀ ପିନ୍ଧିଛି ହଳଦୀ ପତର ହଉଚି ବୋଲି ତ ଶୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍