STORYMIRROR

ଗୁରୁଚରଣ ମହାକୁଡ଼

Classics

4  

ଗୁରୁଚରଣ ମହାକୁଡ଼

Classics

ଏଇମୋ ଦେଶ

ଏଇମୋ ଦେଶ

1 min
32

ଏଇମୋ ଦେଶ ଭାରତ ଭୂଇଁ ଜନମି ଲଭିଛି ମୁହିଁ

ଗୋଟିଏ ମାଆ ର କୋଟିଏ ସନ୍ତାନ ଏଇ ମୋ ଭାରତ ଭୂଇଁ.।


ନାହିଁ ଜାତି ଭେଦ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

ସବୁ ଆମେ ଭାଇ ଭାଇ ସଭିଙ୍କ ଦେହରେ ବହୁଛି ରକତ

ଅଲଗା କିଛି ତ ନାହିଁ.।


ସ୍ୱାଧୀନ ଦେଶ ର ଆମେ ନାଗରିକ ବଗିଚା ର ପ୍ରଜାପତି

କଣ୍ଟା କୁ ଆଡେଇ ଫୁଲ ରେ ଚାଲିବା ଦେଶକୁ ସୁରକ୍ଷା ଦେଇ.।


ସମୁଦ୍ର ଜୁଆର କରିସେ ନିଜର ନଭାବିଛି କେଭେ ପର

ସଭିଙ୍କୁ ଆପଣା ଭାବି ସେ ନିଜର ଧୋଇ ଦିଏ ଆମ ଚରଣ.।


ମୋ ଦେଶ ଭାରତ ରାଜ୍ୟ ମୋ ଓଡିଶା

ତ୍ରିରଙ୍ଗା ପ୍ରତୀକ ଆମର ଆକାଶ ବୁକୁ ରେ ଫର ଫର ହୋଇ ଉଡେ

ଖୁସି ବାଣ୍ଟିଦିଏ ସଭିଙ୍କୁ ପତାକା ଅହିଂସା ର ବାର୍ତ୍ତା ଆଳାପ.।


ସୁଖ ଶାନ୍ତି ର ଏ ଦିବସ ଆମର ଭାରତ ମାତାଙ୍କ ଆଶିଷ

ଧନ୍ୟ ବୀର ପୁତ୍ର ଏ ମାଟିର ସନ୍ତକ ଗାଇ ଆମେ ଜନ ସଂଗୀତ.।


ଏଇମୋ ଦେଶ ମହାନ ବହିଯାଏ ଏଠି ସୁନେଲି ଝରଣା

କୋଇଲି ର କୁହୁ ସ୍ୱର ବନ ପୁଲକିତ ପର୍ବତ ଶିଖ ରେ

ଶୁଭେ ମୋ ଦେଶର ସ୍ଵନ, ଭାରତ ଭୁଇଁରେ ଜନମି ଆମେ ରେ ହେଉଗଲୁ ଆମେ ଧନ୍ୟ......

         ଏଇ ମୋ ଦେଶ ମହାନ..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics