ମୁଁ କିଛି ଲୁଚାଇବିନି ତୁମକୁ
ମୁଁ କିଛି ଲୁଚାଇବିନି ତୁମକୁ
ତୁମେ ମୋ ମନର ପ୍ରେମ ସଂଜୀବନୀ ବସନ୍ତ ର ବଉଳପରି.
ଶୀତ ବସନ୍ତ ର ପ୍ରକୃତି ଗୋ ତୁମେ କୁହୁଡି ଅନ୍ଧାର ପରି
ବସୁଧା ଭୂଇଁ ର ତରୁଣ ମନ ତୋ କାକର ବିନ୍ଦୁ ଟେ ପରି
ମନ ସିନ୍ଧୁକ ର ସମ୍ପତି ଗୋ ତୁମେ ପଙ୍କଜ ନଳିନୀ ପରି
ଖୋଲା ଆକାଶ ର ଉଡନ୍ତା ଚଢେଇ ଟେ ପରି ଉଡିବାକୁ ଲାଗେ ଭଲ.
ଉଡିବା ଦେଖି ମୁଁ ପ୍ରକୃତି ରାଣୀ କୁ ପାଇଗଲି ତାକୁ ଭଲ
ଭଲ ଲାଗେ ସିନା ତାହାରି ପରସ ଲାଗେ ଭାରି ଆପଣା ର
ତରୁଲତା ପରି ବାନ୍ଧି ରଖି ଦେଲା ହୃଦୟ ମୋ କଲା ଘର
ସାଗର ବେଳା ର ମୁଁ ଚୋରା ବାଲି ତୁମେ ଗୋ ସମୁଦ୍ର ଜୁଆର
ମୁଁ ହେଲି ପର୍ବତ ତୁମେ ଗୋ ଝରଣା ସମର୍ପଣ କଲି ମନ
ଲୁଚାଇବିନି କିଛି ମୁଁ ତୁମକୁ ପ୍ରତିଜ୍ଞା କରୁଛି ଧନ ।
