STORYMIRROR

Manas Ranjan Nayak

Abstract Tragedy Inspirational

3  

Manas Ranjan Nayak

Abstract Tragedy Inspirational

ଦାଦନ ଦାନବ

ଦାଦନ ଦାନବ

1 min
206

ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ

ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ

ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର

ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । 


ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ

ଉଦର ଜ୍ବାଳାରେ ମୁଣ୍ଡ ବିକେ,ମାନିନିଏ ପରାଜୟ

ପରିବ୍ଯାପ୍ତ ସ୍ବାଧୀନତାର ପରିଧି ଦେଶରୁ ବିଦେଶ

ଲୁହ କୋହର ସଉଦାରେ ହାରେ ଜୀବନର ସନ୍ଦେଶ। 


ଜାତିସଂଘେ ଫୁଲମାଳ,କେତେ ଗଣତନ୍ତ୍ରର ଡିଣ୍ଡିମ

ଗଣ୍ଡେ ଦାନା,ଖଣ୍ଡେ କନା ପାଇଁ ନିତି ସଂଘର୍ଷ ରକ୍ତୀମ

ବିଶ୍ବଭାତୃତ୍ତ୍ବର ମନ୍ତ୍ରରେ ଅୟୁତ ଚୁକ୍ତି ସ୍ବାକ୍ଷରିତ

ତୋଷାମଦ ଜୀନ୍ଦାବାଦ୍ ପରେ ବି ରାସନ୍ ପ୍ରତୀକ୍ଷିତ। 


ମହ ମହ ଆଳତି ବାସ୍ନାରେ ମନ୍ତ୍ରମୁଗ୍ଧ ଭାବଧାରା

ବିଜୟାଦଶମୀର ଉଲ୍ଲାସରେ ପ୍ରକମ୍ପିତ ବସୁନ୍ଧରା

ପରିବାର ପୋଷଣ ଯୁଦ୍ଧରେ ଭେଟେ ଦାରିଦ୍ର୍ଯ ରାବଣ

ସ୍ବପ୍ନର ରାମରାଜ୍ଯେ ମିଳେ ଦାଦନ ଦାନବ କଷଣ। 


ଶାହାଜାହାନ୍ ଦରବାର୍ ରେ ଶିଳ୍ପୀଙ୍କର ହସ୍ତ ଛେଦ

ସ୍ଥାପତ୍ୟ କ୍ରମାଙ୍କରେ ତାଜମହଲ୍ ତୋଳେ ସାଧୁବାଦ

ଗଜପତି ଠିକାଦାର କାଟେ ଦାଦନର ହସ୍ତ ପାଦ

ଧର୍ମବାଦ ଆଢୁଆଳରେ ଉପେଷିତ ମାନବବାଦ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract