STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଭିକାରୀ

ଭିକାରୀ

1 min
173


ମହାଵାହୁ

ଏତିକି କରୁଣା ହେଉ

ଜୀଵ ଗଲାବେଳେ  ହରେ ରାମ କୃଷ୍ଣ

ଓଠ ଧାରେ ଫୁଟୁ ଥାଉ

ଏତିକି କରୁଣା ହେଉ ।


ମୁହିଁ ମୁଢ କାମୀ  ପତିତ ଅଧର୍ମୀ

ଜଞ୍ଜାଳ ରେ ବୁଡି ରହି

ହେଲି ଅଣ-ଶ୍ବାସୀ ତୋ ପଦେ ଭରଷି 

ଆଶ୍ରୟ ଭିକ୍ଷା କରଇ

ମହାବାହୁ ଏତିକି କରୁଣା ହେଉ ।


କର ହେ ଭିକାରୀ ଦିଅ ପ୍ରେମ ଥାଳି

ଓଠେ ଗାଇ ପ୍ରଭୁ ନାମ

ମାଗି ମାଧୋପୁରୀ  ସାଧୁ-ସେଵା କରି

ଧାୟି ଶ୍ରୀକାନ୍ତ ଚରଣ

ମହାବାହୁ, ଏତିକି କରୁଣା ହେଉ।


ଅଲଭ୍ୟ ଚରଣ  ହେବ ଦରଶନ 

ଏ ସୈାଭାଗ୍ୟ ମୋର କାହିଁ

ରମା ବ୍ରହ୍ମା ହର  ମନ ଭୃଙ୍ଗୀ ଯାର

ପଦକଞ୍ଜ ରେ ଗୁଞ୍ଜଇ 

ମହାବାହୁ, ଏତିକି କରୁଣା ହେଉ।


ଜଗତେ ଆପଣ ପତିତ-ପାଵନ

ମୁଁ କି ସଂସାରୁ ଵାହାର

ଅଜାମିଳୁଁ ବଳି  ମୁଁ ମହା ପାତକୀ

କରୁଅଛି ଅଙ୍ଗୀକାର

ମହାବାହୁ, ଏତିକି କରୁଣା ହେଉ।


ଦାସ ଗଲେ ନାଶ  ପାଇବ କି ଯଶ

ପ୍ରଭୁ ନିନ୍ଦା ହେବା ସାର

ଏଣୁ ନିବେଦନ କରୁଛି ଆପଣ

ଶରଣ ରକ୍ଷଣ କର

ମହାବାହୁ, ଏତିକି କରୁଣା ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract