STORYMIRROR

Prasanna Kumar Das

Inspirational

4  

Prasanna Kumar Das

Inspirational

ସମୟ

ସମୟ

1 min
243

ଅନ୍ତୁଡିଶାଳରୁ ମଶାଣିର ଜୁଇ।

ବ୍ୟଵଧାନ କେତେ ସମୟ ମାପଇ।।


ଲବ କ୍ଷଣ ଘଡ଼ି ପ୍ରହର ଦିଵସ।

ସମୟ ପ୍ରଵାହ ମାସ ପରେ ବର୍ଷ।।


ସାଗର ଲହରୀ ସମୟ ପ୍ରଵାହ।

ଅବ୍ୟାହତ ଗତିମାନ ଅହରହ।।


ସାଗର ଲହରୀ ଆସି ଫେରେ ପୁଣି।

ସମୟ ପ୍ରଵାହ ନଵହେ ଉଜାଣି।।


ଯାଇଅଛି ଭୂତ ଆସେ ଭଵିଷ୍ୟତ।

ଭବିଷ୍ୟତ କ୍ଷଣେ ହୋଇଵ ଅତୀତ।


ଏଣୁ ବର୍ତ୍ତମାନ କ୍ଷଣିକ ସମୟ।

ଅମୂଲ୍ୟ ସମୟ କ୍ଷଣେ ଵୁଝିନିଅ।।


ଆଜି ସ୍ମରଣୀୟ ଯେ ମହତ୍ତଜନ।

ସମୟାନୁଵର୍ତ୍ତୀ କରିଥିଲେ କର୍ମ।।


ସମ୍ଭଵତଃ କାଲି କାମ ଆଜିକର।

ଆଜିଥିଵା କାମ ବର୍ତ୍ତମାନ ସାର।।


କର୍ମ ଯୋଗୁଁ ରାଜାରାମ ବନବାସ ।

କର୍ମ ଯୋଗୁଁ ନଳ କାଟିଥିଲେ ଘାସ।।


ସମୟ ପ୍ରବାହରେ ଆସେ ଦୁଃଖ ସୁଖ।

ଏଣୁ କର୍ମପ୍ରତି ନହୁଅ ବିମୁଖ।।


ସମୟରେ ନିଜ କାମ ଯାଅ କରି।

ବ୍ୟଥିତ ନହେବ ପଶ୍ଚାତାପ କରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational