ସମାଜ ନଦେଉ ଉଲୁଗୁଣା
ସମାଜ ନଦେଉ ଉଲୁଗୁଣା
ଯେତେ ଦୁରେ ଥାଅ ମୋର ପ୍ରାଣପ୍ରିୟ,
ଲାଗ ମୋର ଅତି ଆପଣାର।
ଝୁରୁଛି ତୁମକୁ ଏ ଅବୁଝା ମନ
ଦେଖେ ଚିତ୍ରପଟ ବାରମ୍ବାର ।
ମୁଁ’ଯେ ସରୋବର କୁମୁଦିନୀ ପ୍ରିୟ,
ତୁମେ ପୂର୍ଣଚାନ୍ଦ ସରଗର।
ମୋ ତୃଷିତ ପ୍ରାଣ ହୁଅଇ ପ୍ରସନ୍ନ
ଲଭି ତୁମ ସ୍ପର୍ଶ ଜୋଛନାର ।
ଜଞ୍ଜାଳି ବଉଦ କରେ ପ୍ରତିବାଦ
ଲୁଚାଏ ଛୁପାଏ ତୁମ ରୂପ ।
କାହାକୁ କହିବି କରମ ନିନ୍ଦିବି
କି’ଅବା ଭୋଗୁଛି ଅଭିଶାପl।
ଏ ଲୋକ ସମାଜ ଅତିହିଁ ନିର୍ଲଜ
ପର ଦୋଷଗୁଣ ବାଛୁ ଥାଏ ।
ନିଜ କରମର ନ’କରେ ସୁଧାର
ପରକୁ ପରଖି ବସିଥାଏ ।
ବାସର ରାତିର ବାସନା ମୋ ଅଛି
ହେବି ତୁମ ବାହୁର ଭୂଷଣ ।
ରାସରାଣୀ ରାଧା ଝୁରେ ଯେହ୍ନେ ଶ୍ୟାମ
ଝୁରୁଛି ତୁମକୁ ମୋର ମନ ।
ମିଳନର ପରେ ବିଛେଦ ନିଶ୍ଚିତ
କିଆଁ କରିବି ମୁଁ ମନଉଣା
ଦେଖି ବେଳକାଳ ହେବି ମୁଁ ତୁମର
ସମାଜ ନଦେଉ ଉଲୁଗୁଣା ।
