ଅନାଥ
ଅନାଥ
ଶ୍ରୀଜଗନ୍ନାଥ' ଚରଣେ ଶରଣ' ।
ସର୍ଵ କୁଶଳରେ' ଥିଵୁରେ ଧନ',
ଵୋହୁ ମା ସହିତ' ନାତୁଣୀ ନାତି'
ଶୁଭ ମଙ୍ଗଳରେ' ଥିବେ ମିନତି' ମୋ..
ପ୍ରଭୁ ପାଦ ତଳେ ଅଳି' ଯେ
ସନ୍ଦେଶ ଦି'ପଦ' ଲେଖୁଅଛି ପୁଅ'
ମନେ ତୋର କଥା ଭାଳି' ଯେ।
ଗଲା ମାସ ମାଆ ଛାଡିଲା ଦେହ
ଶେଷ କାଳେ ଥିଲା ଆକ୍ଷିରେ ମୋହ ।
ପୁତ୍ର ଦେଖି ପ୍ରାଣ ହୋଇବ ସୁଖୀ,
ଆକ୍ଷି ଲୁହ ଗଲା ଆକ୍ଷିରେ ସୁଖି ତା
ଚାହିଁ ଚାହିଁ ତୋର ବାଟ ରେ
ଚିଠି ପାଇ ଥରେ ଆସିଲୁନି ଦେଖି
ଏବେ ହୋଇଲି ଅନାଥ ରେ।
ଆଶା ରଖି ଯୋଗ୍ୟ ମଣିଷ କଲି
ଘର ବାଡ଼ି ଜମି ଵିକି ଭାଙ୍ଗିଲି
ପୁଅ ଯୋଗ୍ୟ ହୋଇ ପୋଷିଵ ମୋତେ
ମହାଜନ କହିଅଛନ୍ତି ସତେ ସେ
ଆଶା ଵଡ ଦୁଖଦାୟୀ ରେ
ଏ ଵୃଦ୍ଧ କାଳରେ ବୃଦ୍ଧ ଆଶ୍ରମରେ
ପଡ଼ିଛି ଅନାଥ ହୋଇ ରେ।
ସରକାରୀ ଦାନେ ଚଳେ ଆଶ୍ରମ
ସ୍ବୟଂସେବି କରନ୍ତି ସଂଚାଳନ
କେତେ ଆସେ କେତେ ଖରଚ ହୁଏ
ତଦାରଖ ତାର କରୁଛି କିଏ ଯେ
ଵଗଡା ଚାଉଳ ଅନ୍ନ ରେ
ଡାଲିପାଣି ସଙ୍ଗେ ନୁହେଁ ରୁଚିକର
ମୁଠେ ଖାଇ କାଟେ ଦିନରେ ।
ଛାଡିଗଲୁ ଏଠି ସାନ୍ତ୍ଵନା ଦେଇ
ପ୍ରତିମାସ ଖର୍ଚ୍ଚ ଦେଵି ପଠାଇ
ଔଷଧ ଅଭାବେ ମରିଲା ମାଆା
ମୋ ଅବସ୍ଥା ଏବେ ହୋଇବ ତାହା ରେ
ରକ୍ତଶର୍କରାର ଦାଉ ରେ
ଦୃଷ୍ଟି ହେଲା କ୍ଷୀଣ ତନୁ ହୁଏ ଜୀର୍ଣ୍ଣ ।
ଦେହ କି ଧରିଵି ଆଉ ରେ।
ନଗର ନିଗମ ଶବ ବାହନ
ବୋହିନେଵେ ମୋର ଶବ ଵହନ।
ନ'ଥିଵେ କେ ବନ୍ଧୁ ସଖା ସୋଦର ।
ହେବ ରୀତିହୀନ ଦାହ ସଂସ୍କାର ସେ..
ଅନାଥ ଘୋଷଣା କରି ରେ
ତୋ'ପରି ସୁଯୋଗ୍ୟ ପୁତ୍ରରତ୍ନ ଥାଇ ,
ହେଲି ଦାଣ୍ଡର ଭିକାରୀ ରେ।
ଯେ ଯାହା କରଇ ଭୁଞ୍ଜଇ ତାହା
ଅଭିଶାପ ନୁହେଁ ଶାସ୍ତ୍ରର କୁହା
ହେଉ ପୁତ୍ର ଯୋଗ୍ୟ କି'ଵା ଅଯୋଗ୍ୟ
ବୃଦ୍ଧାବସ୍ଥା ପାଇଁ ଧନ ସଂଯୋଗ ଯେ
ସକଳେ କର ନିଶ୍ଚିତ ହେ।
ବର୍ଷା କାଳ ପାଇଁ ପିମ୍ପୁଡ଼ି କୁଶଳେ
କରଇ ଖାଦ୍ୟ ସଞ୍ଚିତ ହେ ।