STORYMIRROR

Anil Kumar Parhi

Inspirational

4  

Anil Kumar Parhi

Inspirational

ଅନାବନା କବିତା - 18

ଅନାବନା କବିତା - 18

1 min
26.9K



ସାଆନ୍ତେ

ତମ ପ୍ରଶ୍ନର

ବହୁବାର ଦେଇଛି ଉତ୍ତର।

ହିଂସ୍ରତା ଗୋଟେ

ଉପଲବ୍ଧି,

ଗୋଟେ ପ୍ରାପ୍ତି।

ଜଂଘ ଉପରେ

ସତର୍କ ମଶାଟିଏ ବସି

ରକ୍ତ ପିଇଲାବେଳେ

କେବେ ତ ଧରାପଡେ ପାପୁଲିରେ।


ତାକୁ ଦଳି

ଟିକେ ନାକୁ ନରମ ଦେହ

ଓ ଆମ ରକ୍ତ ମିଶା ମାଂସ ପିଣ୍ଡୁଳା

ଶୁଂଘିଛ ସାଆନ୍ତେ,

ଆହା, ବାସ୍ନା କି ସୁନ୍ଦର!

ତମ ଅଜାଗାରେ

କାମୁଡି ଧରିଥିବା ପିମ୍ପୁଡିକୁ

ଚମଡା ସହ ମଳିଦେଇ

ଟାଣିଆଣି ଦେଖିଛ

ସେ ଦୃଶ୍ୟ କି ମନମୁଗ୍ଧକର!


ବାରବାର କହିଛି ସାଆନ୍ତେ

ଶିମୁଳି ତୁଳାପରି

ହାଲ୍କା ହେବାର ହିଆ ଆମର ନାଇଁ

ପାରାଗ୍ଲାଇଡିଙ୍ଗ କରୁଥିବା

ମେଘ, ସୂର୍ଯ୍ୟ, ଜହ୍ନ

ଖସିବା ଇଁ ନିଶ୍ଚିତ ଯେତେବେଳେ

କାଇଁ ଏତେ ମନସ୍ତାପ!

କୋଉଠି, କୋଉ ବିଶ୍ବରେ

ଲୋଭ ନାଇଁ ରକ୍ତପାତର।


ସୂର୍ଯ୍ୟ, ମଶା, ପିମ୍ପୁଡି

ଜହ୍ନ, କଇଁଫୁଲ

ଏମାନଙ୍କୁ ଆଙ୍ଗୁଠିରେ ମଳି

ରକ୍ତ ଶୁଂଘିବାର ଏବେ ପାଳି।


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational