STORYMIRROR

Anil Kumar Parhi

Others

2  

Anil Kumar Parhi

Others

ଅନାବନା କବିତା - 2

ଅନାବନା କବିତା - 2

1 min
2.4K


ଆମେ ବାରମ୍ବାର ଫେରିଆସୁ

କାହିଁକି ନା ଆମ ଦେହପିଆ

ଚଉକିଟେ ପଡିଥାଏ

ଆମ ଅପେକ୍ଷାରେ,

ପୂର୍ବମୁହାଁ। ଦକ୍ଷିଣରୁ ଫେରିବା ଯେ

କେତେ କଷ୍ଟ ତା

କେବଳ ଜାଣନ୍ତି ଦିଗପାଳମାନେ।

ଆମ ଚଉକିରେ ଆଉ କେହି

ବସିପାରିବେନି ବୋଲି

ଏକ ସାମୟିକ ଶୂନ୍ୟତାରେ

ମଉଳାଫୁଲର ହାର ତଳେ

କଉଡିର ଘର ଗଢେ

ପଣସ ପତ୍ରର ଭୋଜ୍ୟରେ

ନିଜ ପାଇଁ ନିଜ ହାତ ଯୋଡେ।


ଅନୀଲ କୁମାର ପାଢୀ

( ଝିଅ ଖୁସି ମୋ ହାତକୁ ମୋବାଇଲ ଆଉ ଚଷମା ବଢେଇ କହିଲା - ତମେ ଲେଖ। ମୁଁ କହିଲି - ପୋଷ୍ଟ ହେଉନି। ସେ କହିଲା - ମୁଁ କରିଦେବି। ଏଣୁ, ଖୁସି ନିର୍ଦ୍ଦେଶରେ ଏ କବିତା। ଭଲ ନହେଲେ ଦୋଷ ଖୁସିର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍