STORYMIRROR

Anil Kumar Parhi

Others

3  

Anil Kumar Parhi

Others

ନୂଆ କବିତା - ୧

ନୂଆ କବିତା - ୧

1 min
13.7K


ମୁଁ ଠିଆ ହୋଇଥିଲି

ବରଗଛର ସବା ଉଁଚା ଡାଳରେ

ଆକାଶ ଖସି ପଡୁଥିଲା।

ଦଳେ ଦିଗବଳୟ ଯାଏ

ଗଲେ ଖୋଜି ଆସିଲେ

ଘୂଣଖିଆ ଖୁଣ୍ଟ ଟେକିଧରିଚି

ଆକାଶ, ତାରାମାନେ ଧୀରେ ଧୀରେ

ମୋଟା ହେଉଥିଲେ,

ଆଜିକାଲି ସେମାନେ ଭୋର ବେଳା

କସରତ ଛାଡି ଦେଇଥିଲେ।

ଗୋଟେ ପାଖ ନଇଁପଡୁଚି

ଟେଁଟେଇଁଆ ଚଢେଇ

ଟେକି ଦେଇଛି ଦୁଇ ଗୋଡ

ବୋଧେ ଆକାଶ ଅଟକି ଯିବ!

ଏ ଯୁଦ୍ଧ ସରିବ ତ

ଅଠରଦିନରେ,

ଘଣ୍ଟ ତଳୁ ବାହାରିବ ତ

ମୁକ୍ତି!

ହେ କୃଷ୍ଣ

ତମେ ଘଣ୍ଟ ଘୋଡେଇ

କେତେଦିନ ରଖିବ ଜିଇଁବାର ଶକ୍ତି!

ଅନୀଲ କୁମାର ପାଢୀ


Rate this content
Log in