STORYMIRROR

Anil Kumar Parhi

Others

2  

Anil Kumar Parhi

Others

ନୂଆ କବିତା - 2

ନୂଆ କବିତା - 2

1 min
13.3K


ମେଘ ତିଆରି ହେବ

ମନୋହରି ଦୋକାନ ଆଗରେ

ଠିଆ ହେଇ ସାମାନ୍ ମାଗିଲି।

ଦୁଇଟି ଦୁଃଖ ଗୋଟେ ଅନୁତାପର

ପୁଡିଆ ବଢେଇ

ଦୋକାନୀ କହିଲା

ପତା ଉପରେ

ଏକାକୀ ବିଞ୍ଚିଦେବ

ବର୍ଷା ହବ।

ବର୍ଷା ହଉଛି ଏବେ।

ଚୁଉପ୍! କାନ ଡେରି ଶୁଣ

କେହି ଆତ୍ମୀୟ କାନ୍ଦୁଥାଇ ପାରେ

ଏ ବର୍ଷା ଋତୁରେ!

ଅନୀଲ କୁମାର ପାଢୀ


Rate this content
Log in