STORYMIRROR

Anil Kumar Parhi

Others

2  

Anil Kumar Parhi

Others

ଅନାବନା କବିତା - 6

ଅନାବନା କବିତା - 6

1 min
14.5K


ମୁଁଇ ତ ଗୋଟେ ଲୋକ

ତମେ ଅନ୍ଧାର ଲିଭେଇଦେଲ

ମୁଁଇ ଆଲୁଅ ଲିଭେଇଦେଲି

ଆଜି ଦୀପାବଳି।

ତମେ ବାଣରୋଷଣୀରେ

ଆକାଶ ଦୁଲୁକେଇ ଦେଲ

ମୁଁ କାକର ପରି

ଚୁପ୍ ରହିଗଲି।

ଅନ୍ଧାର ସହିତ

ଏତେ ଅଦଉତି

କଣ୍ ପାଇଁ

ନୀରବ ଲଗ୍ନର ଏ

ବନାନ ଭୂଲର

ଅନ୍ବୟ କିମ୍ପାଇ।

କୋଉ ପିଚ୍ଛିଳ ରାସ୍ତାରେ

ଯେ ସମୟ ଚଲେଇ ନିଏ

କୋଉ ଲୋରୀ ଗାଏ

ଶବ୍ଦ, ଗୀତିଳ ରାତିରେ!

ତୁହାକୁ ତୁହା

ପ୍ରତିଧ୍ବନି ଖାଲି

ରଙ୍ଗ ନାଇ ଫେରିଆସେ

ବାରମ୍ବାର ବଙ୍କିଳ ରାସ୍ତାରେ।

କେଉଁଠି ବିନା ପାଉଁଶରେ

ପାରିଛି କି ଆଲୁଅ ଯେ ଜଳି

ଆଜି ଦୀପାବଳି।

ଦୀପ ଶିଖାର ଆୟୁଷ ଯେ

ରାତି ଅଧ ଗଙ୍ଗଶିଉଳୀ

ଆଜି ଦୀପାବଳି।

ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍