କବିତାର ଆରପାଖ - 17
କବିତାର ଆରପାଖ - 17
1 min
13.9K
ଯେଉଁମାନେ କବିତା ଲେଖୁଛ
ଶୋଇପଡ
ଏବେ ଖଟ ତଳେ କିଏରେ?
ରାମଶିଆଳ!!
କବିମାନେ ପରା
ହୃଦୟମାନଙ୍କୁ ଲୁଚେଇପାରନ୍ତି ନାହିଁ
ଥପ୍ଥପ୍ ଗଡୁଛି ଲାଳ।
ଧୋ ରେ ବାଇଆ ଧୋ
ଯେଉଁ କିଆରୀରେ ଗହଳ ମାଣ୍ଡିଆ
ସେହି କିଆରୀରେ ଶୋଉ।
କବିତା ନାରୀ?
କବିତା କଣ ଦାରୀ?
କବିତା କୋଉ ସାଆନ୍ତର
ଜମିଦାରୀ?
ଶୋଇପଡ ନା
ଘୋଡିହୋଇ ଗୋଟେ ବନ୍ଦ କୋଠରୀ।
ଭୁଲ ସବୁ କବିତାର
କିଛି କବିଙ୍କ ମେଣ୍ଢାପଣର,
କିଛି ଭୁଲ
ଦ୍ବିତୀୟ ଶୈଶବ ଆଉ
କୋଷକଣିକାର,
କ୍ଷରଣର
ଉତ୍ତେଜନାର,
କବିତା କଣ ଭାଏଗ୍ରାର?
ଶୋଇପଡ କବିମାନେ
ଏବେ ଆତଙ୍କ
ରାମଶିଆଳର।
ଅନୀଲ କୁମାର ପାଢୀ
