STORYMIRROR

Anil Kumar Parhi

Others

2  

Anil Kumar Parhi

Others

ଅନାବନା କବିତା - ୧

ଅନାବନା କବିତା - ୧

1 min
13.6K


ସେତେବେଳେ

ନୂଆନୂଆ ପାଗଳ ହେଇଥାଏ

ସତକୁ ସତ, ମିଛକୁ ମିଛ

କହୁଥାଏ।

ନିଜର ଦୁର୍ବଳତାରେ

ନା ମୋର ଦୁଃଖ ଥାଏ

ମୁଁ ମୋ ପାଗଳାମିର

ମଜାକ୍ ଉଡାଉଥାଏ।

ଏବଂ ଦେଖ

ଯେଉଁ ସଫଳତା ପଛରେ

ମୁଁ ହାତ ଗୋଡ ଖୂରାକରି

ଗଧରୁ ଘୋଡା ହେଲି

ଦେଖ ସାରା ଦୁନିଆର

ଦୁଇ ବିଂଶ ଆଠ ଭାର ପାପ

ମୋ’ରି ପିଠିରେ।

ମୁଁ ଖୁସି

ମୋ ପାଗଳାମିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍