STORYMIRROR

Anil Kumar Parhi

Romance

3  

Anil Kumar Parhi

Romance

ଅନାବନା କବିତା - ୭

ଅନାବନା କବିତା - ୭

1 min
13.3K


ଚାଲନା

ଆଜି ଶୋଇବା ନାହିଁ।

ତମେ ଗପିବ

ବୃନ୍ଦାବନର କଥା

ମୁଁ କହିବି ବନ୍ଦ ଘରର ବ୍ୟଥା।

ବହୁତ ଶୋଇ ସାରିଲିଣି

କେବେ କ୍ଳାନ୍ତିରେ

କେବେ ଅଶାନ୍ତିରେ।

ମୁଁ ହରେଇ

ନା ନା ହଜେଇ ସାରିଥିବା

ମୁହୂର୍ତ୍ତ ଗୁଡାକ

ଏବେ କଣ ଶିଳା!

ଦେଖିବ ତ ଯମୁନା ତଟରେ

ରାଧା ପାଦ ଛୁଉଁଥିବା ସେ ପଥର

ମୋ ହଜିଥିବା ଜୀବନ କଳା କି!

ଈଶ୍ଵର କଣ ଗପ ଗଢିପାରିବେ

ନା କହିପାରିବେ

ସେ ତ ନିଜେ ଗୋଟେ ଗପ।

ମୁଁ ବି କୋଉ ଗପ କହିବି!

ମୁଁ ଜଣେ ଗାଳ୍ପିକ!!

କି କଥା ହେବା

ସତ କହିବା ନା ମିଛ କହିବା

ନା ଯାହା ଅଙ୍ଗେ ନିଭେଇଛେ

ତା କହିବା!

ଏଥର ଅବତାରରେ

ମୁଁ ତମକୁ ବ୍ୟସ୍ତ ନରହିବାର

ଉପାୟ ବତେଇଦେବି

ଯାତନାରୁ ମୁକ୍ତ କରିଦେବି।

ଏଥର କେବଳ

ପ୍ରେମ ପାଇଁ ଜନ୍ମ ହୁଅ ହେ ଈଶ୍ଵର

ବନବାସ, ବନ୍ଦି ଗୃହ ବନ୍ଦକର।

ଏଥର ମୋ ହୃଦରେ

ପାଦ ରଖି

ମୋତେ ସଂକ୍ରମିତ କର!

ଦେଖ ମ

ଏଇ କଥା ପଦକରେ

ଷୋଳକୋଠୀ ପଦ୍ମ ମୁହିଁ

ଆସନା ଆଜି ରାତି ସାରା ଗପିବା

ମୋଟେ ଶୋଇବା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance