STORYMIRROR

Debabrata Mishra

Abstract Romance Classics

3  

Debabrata Mishra

Abstract Romance Classics

ସୁନୟନା ତୁମେ କାନ୍ଦିବନି

ସୁନୟନା ତୁମେ କାନ୍ଦିବନି

1 min
217


ତୁମର ସେ ଜହ୍ନପରି ଅଭିମାନ ଦେଖି

ଆକାଶର ତାରାମାନେ ଆଉ ଚିକମିକ୍ ହସିବେନି

ମେଘମାନେ ଜହ୍ନାଲୋକ ମଞ୍ଚେ ଆଉ ଜମା ନାଚିବେନି

ସୁଖର କ୍ଷଣିକ ପ୍ରଜାପତି ମାନେ ମନ ବଗିଚାକୁ ଆସିବେନି

ଏ ହୃଦୟର ପଡ଼ିଆରେ ଆଉ ଲାଲ୍ ସାଧବ ବୋହୁ ବି ଦିଶିବନି

ସୁନୟନା ତୁମେ କେବେ କାନ୍ଦିବନି ।


ତୁମ କଥାର କୁହୁକଭରା ସ୍ୱର ଶୁଣି

କୋଇଲି ଆଉ ଗଛଡ଼ାଳେ ଈଶ୍ବରୀୟ ଗୀତ ଗାଇବନି

ତୁମ ହସକୁ ସାଧନ କରି ସୁଖ ଭୋଗୁଥିବା ଶବ୍ଦ ଆଉ ଛପିବନି

ଆଖିରେ କଜଳର ସଜଳତା ବିନା ଏ ଆଖି ସୁଖ ଆଉ ଖୋଜିବନି

ଆପେଆପେ ଝରୁଥିବା ଏ ଓଠର ହସ କବିତାରେ ଆସିବନି

ସୁନୟନା ତୁମେ ଜମା କାନ୍ଦିବନି.।


ତୁମ ସ୍ମରଣ ମାତ୍ରେ ହସର ସ୍ୱରୂପ ଦେଖି

ମୁହୁର୍ତ୍ତ ମୁହୁର୍ତ୍ତ ଜୀବନରୁ ଲୁହ ଆଉ ଫେରି ଯାଇପାରିବନି

ବିଷାଦର ମନସ୍ଥିତିରେ ସକାଳ ପରି ଆଉ ସତେଜତା ଭରିବନି

ନିଜ ଲୁହକୁ ନିୟନ୍ତ୍ରଣ କରିବାର ପ୍ରୀତିମାର୍ଗ ଆଉ ଆତ୍ମା ଛୁଇଁବନି

କଳ୍ପନାର ଅଫୁରନ୍ତ ଆନନ୍ଦର ଉତ୍ସ ବିନା ଏ ମନ ଆଉ ହସିବନି

ସୁନୟନା ତୁମେ କେବେ କାନ୍ଦିବନି ।


ତୁମ ସରଳତାର ଦୁଇପଦ ମଧୁର କଥା ଶୁଣି

ବିନା ସ୍ପର୍ଶରେ ଲାଜକୁଳୀ ଲତା ଯେତେ ଆଉ ଲାଜେ ନଇଁବନି

ମନ ଦୁଆରେ ସ୍ଥିତ ଶୁଭ୍ର ମଲ୍ଲୀଫୁଲର ବାସ ଆଉ ଚହଟିବନି

ଦୁଃଖକୁ ନିମିଷକେ ବିଦାୟ ଦେବାର ସୂତ୍ର ଆଉ ମସ୍ତିଷ୍କକୁ ଆସିବନି

ତୁମ ମୁଖଚନ୍ଦ୍ରମାର ହସ ବିନା ଏ ଛାତି କୋହ ଆଉ ଚାପି ପାରିବନି

ସୁନୟନା ତୁମେ ଜମା କାନ୍ଦିବନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract