STORYMIRROR

Debabrata Mishra

Abstract Drama Action

4  

Debabrata Mishra

Abstract Drama Action

ଅସ୍ପୃଶ୍ୟତା ଏକ ଭିନ୍ନ ଢ଼ଙ୍ଗରେ

ଅସ୍ପୃଶ୍ୟତା ଏକ ଭିନ୍ନ ଢ଼ଙ୍ଗରେ

1 min
22

 #ଅସ୍ପୃଶ୍ୟତା_ଏକ_ଭିନ୍ନ_ଢଙ୍ଗରେ

ମନକୁ ଛୁଇଁଲା ପରେ ଛାଇଠୁ ଦୂରରେ
ଆଜିର ଏ ସମୟର ନୂତନ ଦୂରତା
ହୃଦୟେ ଆଦର କିନ୍ତୁ ଓଠେ ନୀରବତା,
ଘୃଣା ପରି ଲାଗେ କିନ୍ତୁ ଘୃଣା ନୁହେଁ ଜମା
ବୋଧେ ଏଠି ସ୍ୱାର୍ଥର ସଂକୀର୍ଣ୍ଣତାରେ
କିଏ ଚୁପିଚୁପି କରେ ନିଶ୍ଚେ ଏକାଗ୍ରତା,

ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବ
ଆଜି ଯିଏ ମୁହଁ ଯୋଡ଼େ କାଲି ଦିଏ ରାବ
ଚିହ୍ନିବାର ବାକି ନାହିଁ ଏ ଦୁନିଆ ଲୋକଙ୍କୁ
ଶିରେ ଶିରେ ଚିହ୍ନା ପଡ଼େ ଅନ୍ତର ସ୍ୱଭାବ,

ଓଠ ଲୁଚାଇଲେ କି ହେବ ଆଖି ସତ କହେ
ମିଛର ଯେତେ ଚତୁରତା ସ୍ପଷ୍ଟ ହୋଇ ବହେ
ସବୁ ଜାଣେ ସବୁ ଦେଖେ ନୀରବ ମୁଁ ରହେ
ସମ୍ମୁଖ ଲୋକକୁ ଦେଖି ପଚାରେ ବା କିଏ..!

ରକତରେ ନାହିଁ ଛଳ ଭାବନା ଯେହେତୁ
ଛଳନାର ପ୍ରତ୍ୟୁତ୍ତର କେମିତି ଦେଇପାରିବି
ଏ ଦୁନିଆ ଯେତେ ଘାତ ଦେଉ ମୋ' ବିଶ୍ୱାସେ
ଅଧମ ମୁଁ ନିଃସ୍ୱାର୍ଥ ସ୍ୱଭାବ କେମିତି ତ୍ୟାଗିବି,

ଅସ୍ପୃଶ୍ୟ ପରି ଅନୁଭବ ହୁଏ ବେଳେବେଳେ
ପୁଣି ଛୁଇଁବାର ଅଭିନୟ ନିମିଷକେ ଆସେ
ଦେଖୁଛି ଦେଖୁଛି ମୁଁ ମୁରୁଖ ନିଇତି ଦେଖୁଛି
ଏ ଦୁନିଆକୁ ଗୋଡ଼େ ଗୋଡ଼େ ଚିହ୍ନି ମୁଁ ପାରୁଛି,

ଭିନ୍ନ ଏକ ଢଙ୍ଗରେ ଏଠି ଅସ୍ପୃଶ୍ୟର ଖେଳ
ସବୁ ଖେଳ ଦେଖେ ଜାଣ ଈଶ୍ୱର ଓ କାଳ
ସମୟ ବଦଳିବ ଦିନେ ସମୟ ଇଛାରେ
ନିଆଁରେ ଜୀବିତ ମୁଁ ଆଉ ମୃତ୍ୟୁରେ ଅନଳ।

©® ଦେବବ୍ରତ ମିଶ୍ର
ତା ୨୦.୧୦.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract