STORYMIRROR

Debabrata Mishra

Abstract Drama Action

4  

Debabrata Mishra

Abstract Drama Action

ଲୁହ ପିଉଥିବା ହୃଦୟ

ଲୁହ ପିଉଥିବା ହୃଦୟ

1 min
25

#କବିତା_ଯାହା_କହିହୁଏନି
#ଲୁହ_ପିଉଥିବା_ହୃଦୟ
°°°°°°°°°°°°°°°°°°°°°°
ଶୋଷ ହେଲେ ପିଏ ଉଷ୍ମ ଅଶ୍ରୁଜଳ
ଭୋକ ହେଲେ ଖାଏ କୋହର ବ୍ୟଞ୍ଜନ
ଏମିତି ହୃଦୟଟିଏ ସେ ଶରୀରେ ଅଛି
ଦୁଃଖ ତା'ର ନିତି ଧୋଉଛି ବଦନ, (୧)

ଦିବସ ଆଲୋକେ ମିଛେ ଦିଏ ହସି
ନିତି ରାତି ହେଲେ ଲୁହ ହିଁ ତ ସାଥୀ
ପ୍ରତିଦିନ ଭିଜେ ତକିଆଟା ତା'ର
ଏତେ ପାପ ତା'ର କେଉଁ ଜନମର, (୨)

ଯନ୍ତ୍ରଣାର ଜଉଘର ନିତି ଜଳୁଥାଏ
ଯେତେ ଲୁହ ଗଡ଼େ ହୃଦୟ ପିଉଥାଏ
ହସିବାର ଚେଷ୍ଟା କ'ଣ ସୁଖ ଆଣିପାରେ..?
ଏମିତି ଯାତନା ପ୍ରଭୁ କେହିବି ନ ପାଏ, (୩)

କାହାକୁ ଦୋଷ ଦେବନି କେବେ ସେ
ମହାପାପୀ ବୋଧେ ଦଣ୍ଡ ପାଏ ତେଣୁ
ହସୁ ଏ ସମାଜ ଅତି ଆଧୁନିକ ଦାନ୍ତେ
ପୁରୁଣା ମଣିଷଟେ ସେ ବୁଝିବ କେମନ୍ତେ, (୪)

ତା' ପରି ଶରୀର ହଜିଯାଉ ଶୀଘ୍ର
ଏ ଦୁନିଆରୁ ଫେରିବାକୁ ସେ ହୁଏ ବ୍ୟଗ୍ର
ଜାଣିଛି ଅନେକ ଦେବେ ତାକୁ ଦୋଷ
ବ୍ୟର୍ଥ ତା'ର ଏ ଶରୀର ହେଉ ଶେଷ।(୫)

©® ଦେବବ୍ରତ ମିଶ୍ର
ତା ୦୮.୦୮.୨୦୨୫

°°°°°°°°°°°°°°°°°°°°°°


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract