STORYMIRROR

Pranati Panda

Abstract

5.0  

Pranati Panda

Abstract

ପ୍ରକୃତ ମହକ

ପ୍ରକୃତ ମହକ

1 min
543


ଜୀବନଟା ନିଶ୍ଚେ ଚାଲୁଛି ଚାଲିବ

କାହା ବିନା ଥମିବନି ,

ଝରିବାକୁ ଯଦି ଥିବ ଜୀବନରେ

କେବେହେଲେ ରହିବନି ।


ଚିର ଦିନ କିଛି ରହେନା ରହିନି

ରହି ବି ପାରିବ ନାହିଁ ,

ଆୟୁଷଟା ପରା ଝଡ଼ା ପତ୍ର ସମ

ସମୟକୁ ରହେ ଚାହିଁ ।


ସବୁ ପରିସ୍ଥିତି ସୁଖ ଦୁଃଖ ନେଇ

ସାଥେ ରହିଥାଏ ଯିଏ,

ଶଦ୍ଦ ସିଏ ନୁହେଁ ଅନୁଭୂତି ପୂର୍ଣ୍ଣ

ସମ୍ପର୍କ ନାମଟି ସିଏ।


ଜୀବନ ମଧ୍ୟରେ ବଞ୍ଚିବାକୁ ହେଲେ

ଯୋଡ଼ିବା ସମ୍ପର୍କ ଡୋରି,

ବଜାୟ ରଖିବା ସେହି ସମ୍ପର୍କକୁ

ନିରନ୍ତର ଚେଷ୍ଟା କରି।


ସମ୍ପର୍କର ମୂଲ୍ୟ ବୁଝିଗଲେ ଥରେ 

ଜୀବନ ହସି ଉଠଇ,

ମନ ହୃଦୟର ମିଳନେ ସମ୍ପର୍କ

ସ୍ଵର୍ଗ ଆନନ୍ଦ ମିଳଇ।


ଆତ୍ମାର ଧ୍ଵନୀରୁ ଜାତ ଏ ସମ୍ପର୍କ

ଆନ୍ତରିକ ଆମନ୍ତ୍ରଣ ,

ଛୋଟ ହେଉ ଅବା ହେଉ ସିଏ ବଡ଼

ନାହିଁ ତା'ର ମୂଲ୍ୟାୟନ ।


ଜୀବନଟା ଲାଗେ ଅର୍ଥହୀନ ପରି

ନଥିଲେ ନିଜର କେହି ,

ସମ୍ପର୍କର ବିନା ମୂଲ୍ୟହୀନ ଲାଗେ

ଅଶାନ୍ତ ଜୀବନ ବହି ।


ଏଇ ଅଛି ଏଇ ନାହିଁ ଜୀବନଟା

ଜୀବନ ତ, କ୍ଷଣସ୍ଥାୟୀ ,

ମଧୁର ସମ୍ପର୍କ ଜୀବନରେ ଥିଲେ

ମୃତ୍ୟୁ ପରେ କାଳଜୟୀ ।


ସମ୍ପର୍କ ଯୋଡ଼ିବା ଏଇ ଜୀବନରେ

ଯୋଡ଼ିବା ବନ୍ଧନ ଡୋରି ,

କିଏ ଜାଣେ ବନ୍ଧୁ ଆଗାମୀ ସମୟ

ଆସିବ ଯେ, କେଉଁପରି ।?


ବାଧ୍ୟ ବାଧକତା ନୁହଁଇ ଏସବୁ

ଜୀବନ ଚଲାପଥରେ,

ସ୍ୱଳ୍ପ ଜୀବନର ପ୍ରକୃତ ମହକ

ଥାଏ ସମ୍ପର୍କ ଭିତରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract