STORYMIRROR

Pranati Panda

Tragedy

4  

Pranati Panda

Tragedy

ଅଲିଭା ନିଆଁ

ଅଲିଭା ନିଆଁ

1 min
13



 ସୁନା ସଂସାରରେ ରୂପା ଗହଣାକୁ
 କଂସା ପିତଳର ସଜ ,
ଦୁଇ କୂଳ ହିତ ହେଲି ମୁଁ ଦୁହିତା
 ହାରି ଯାଇଛି କି ଆଜ?

 ସବୁ ସ୍ମୃତି ଆଜି ରୋମନ୍ଥନ କରେ
 ସବୁଲାଗେ ଆଜି ତୁଚ୍ଛ ,
ଅନ୍ଧାରି ଆକାଶ ବୁକୁ ଚିରି କହେ
 ସବୁକିଛି ଥିଲା ମିଛ।

 ନିଜର ବୋଲି ଯେ କହିଥିଲେ ଦିନେ
 ଆଜି ସିଏ ବହୁ ଦୂରେ,
 ତଥାପି ଏ ମନୁ ଲିଭୁନି ସେ ମୁଖ
 ରହି ରହି ହୃଦ ଝୁରେ।

 ଜଳି ରହିଥିବା ଦୀପଟି ମୋ ହୃଦେ
 ଲିଭାଇ ପାରେନି କିଆଁ,
ସେ ସ୍ମୃତିରେ ଛାତି ଆଜିବି ଜଳୁଛି
 ନାମ ତା' ଅଲିଭା ନିଆଁ !

 ସବୁ ଆରମ୍ଭର ଶେଷ ହୋଇଥାଏ
 ଏନ୍ତୁଡ଼ି ଠୁଁ ଯୁଇ ଖେଳ,
ସବୁ ଶେଷ କ'ଣ ଆରମ୍ଭ ହୁଏକି
 ଲେଉଟି ଆସେ କି,ବେଳ ।?

 କାହିଁ କେତେବେଳେ ପାଳି ପଡ଼ିଯିବ
 ରହିଯିବ ହୃଦ କଥା,
କେଜାଣି କେମିତି ଲେଖିବି ଭାବୁଛି
 ଶୂନ୍ୟ ହୋଇଯାଏ ମଥା।

 କେତେ ପାପ କଲି କେତେ ପୁଣ୍ୟ କଲି
 କେତେ ମୁଁ ପାଇଲି ସୁଖ,
କେତେ ମୁଁ ଜିତିଲି କେତେ ମୁଁ ହାରିଲି
 ଅବା ମୁଁ ପାଇଲି ଦୁଃଖ।

 ସଂଘର୍ଷର ପଥେ ହୋଇନି ବିବସ୍ତ୍ର
 ଭରାକ୍ରାନ୍ତ ମନ ମୋର,
ହସି ହସି ବ୍ୟଥା କରିଛି ନିଜର
 ପାନ୍ଥ ପରି ହୋଇ ସ୍ଥିର।

 ସଂସାର ଜଞ୍ଜାଳେ ଆତ୍ମା ଆତ୍ମୀୟତା
 ସମ୍ପର୍କର ବନ୍ଧମାନ,
ନିଗୁଢ଼ ପ୍ରାଚୀର ଉପେକ୍ଷା ଢେ଼ଉରେ
 ସଂଜତ— ଶଙ୍କିତ ମନ ।

 ଯୁଗେ ଯୁଗେ ଯିଏ ଏକାନ୍ତ ନିଜର
 ସ୍ଵୟଂ ମୋର ଜନ୍ମଦାତା,
ସ୍ମୃତିର ମହାର୍ଘ୍ୟ ସ୍ପର୍ଶ, ଅନୁଭବ
 ଦେବତୁଲ୍ୟ ମାତାପିତା।

 ଦୁହିତା ଦୀପାଳି ସନ୍ଧ୍ୟା ବତୀ ଜାଳି
 ଜଳୁଥିଲି ଅନ୍ତପୁରେ,
 ଅଟହାସ୍ୟ କଲା ନିଷ୍ଠୁର ସମୟ
 ଯିବା ପରେ କିଏ ଫେରେ !...??

  Copyright @Dr . Pranati Panda © (Bhubaneswar)  @highlight


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy