Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyajit Swain

Tragedy


4.0  

Satyajit Swain

Tragedy


*ଚିତ୍ରକର*

*ଚିତ୍ରକର*

1 min 8 1 min 8


ମୋ' ହୃଦୟ କାନଭାସରେ ଆଙ୍କିଥିବା ତୁମ ଛବି 

ଏବେ କାହିଁକି କେଜାଣି ମଳିନ ଦିଶୁଛି 

ହୁଏତ ତୁମେ ଦେଇଥିବା ପ୍ରତାରଣାର ପରିଣାମ

ଅବା ସମ୍ପର୍କରେ ଉଠିଥିବା ଧୂଳିଝଡ଼ ଯୋଗୁଁ, 

ପରସ୍ତ ପରସ୍ତ ଧୂଳି ଜମା ହୋଇଯାଇଛି ତା' ଦେହେ ||


ଅନେକ ଥର ଚେଷ୍ଟା କରିଛି ତାକୁ ସଫା କରିବାକୁ

ମୋ' ଆଖିର ଲୁହ ବି ତାକୁ ଧୋଇଧାଇ, 

ସଫା କରିବାକୁ ଅନେକ ଚେଷ୍ଟା କରିଛି 

ହେଲେ ସବୁବେଳେ ମୁଁ' ହୋଇଛି ଅସଫଳ ||


 ଏବେ ଆଉ ତା' କାମ ନୁହେଁ 

ପୁଣି ଏକ ନୂଆ ଛବି ଆଙ୍କିବାକୁ ହେବ 

ତୁମେ ସିନା ଚାଲିଗଲ, ହେଲେ ମତେତ, 

ନିଜର ସେ' ସ୍ମୃତି ସାଇତିବାକୁ ହେବ ||


କିନ୍ତୁ କାହିଁକି କେଜାଣି ଆଉ ଏଇ ହାତ 

ରଙ୍ଗତୁଳୀ ଧରିପାରୁନି 

ଏ ଦେହରେ ବହୁଥିବା ରକ୍ତ ବି ରାଜି ନୁହେଁ, 

ଭରିବାକୁ ରଙ୍ଗ ସେ ଛବିରେ 

ତୁମ ପ୍ରତାରଣା ଆଘାତକୁ ସହିନପାରି, 

ଛତ୍ରଭଙ୍ଗ ଦେଇଛନ୍ତି ପିକାସୋ, ଡା ଭିନସି 

ଯେଉଁମାନେ ଟଙ୍ଗା ହୋଇଥିଲେ ମୋ କାନ୍ଥରେ ||


ତୁମେ ଚାଲିଗଲ ଆଉ ସାଥିରେ ନେଇଗଲ 

ମୋର ସେଇ ଅମୂଲ୍ୟ ସମ୍ପଦ

ହଁ' ଆଜି ମୁହିଁ ହରାଇଛି ସବୁକିଛି, 

ମରିଯାଇଛି ମୋ' ଭିତରେ ଥିବା ଚିତ୍ରକର ||



Rate this content
Log in

More oriya poem from Satyajit Swain

Similar oriya poem from Tragedy