ଅଦୃଶ୍ୟ ଚଦର
ଅଦୃଶ୍ୟ ଚଦର
1 min
235
ଶୀତ ଯେବେ ଆସେ
ଧୀରେ ଧୀରେ ଆସି,
ମୋ' ଅଗଣାରେ ବସେ
ପୁଣି ମୋର କବାଟ ଫାଙ୍କ ଦେଇ,
ମୋ' ଘର ଭିତରେ ପଶେ ।।
ତାକୁ ଭାରି ଭଲ ଲାଗେ ମୋର ପୁଙ୍ଗୁଳା ଦେହ
ଚାହେଁ ମୋ' ଦେହରେ ଖେଳେଇବାକୁ ଅଜଣା ଶିହରଣ,
ମୋର ବିବଶତା ତାକୁ ଭାରି ଭଲଲାଗେ
ମତେ ଏମିତି ଦେଖିଲେ ବହୁତ ଖୁସି ହୁଏ ।।
ମୁଁ' କିନ୍ତୁ ଆଉ ଆଗ ଭଳି ନାହିଁ
ଏବେ ନିଜ ଦେହ ପାଇଁ ଖୋଜିଦେଇଛି
ଅଦୃଶ୍ୟ ଚଦର, ଯାହା ତିଆରି ମୋର ଯନ୍ତ୍ରଣାର ପଶମରେ ।।
ମତେ ଆଉ ପାରୁନାହିଁ ଶୀତ
ସତେ ଯେମିତି ମୋର ସେଇ ଚଦର ଆଗରେ ମୁଣ୍ଡ ନୁଆଇଁଦେଇଛି, ସେଥିପାଇଁ ଆଉ ଆସୁନାହିଁ ।।
ସ୍ୱୀକାର କରିନେଇଛି ନିଜର ପରାଜୟ,
ଆଉ ଚୁପଚାପ ଜିତିଯାଇଛି ମୋର ଅଦୃଶ୍ୟ ଚଦର ।।
