STORYMIRROR

Satyajit Swain

Classics

3  

Satyajit Swain

Classics

*ଅବଶୋସ*

*ଅବଶୋସ*

1 min
390


ରାତି ଆସି ଯେବେ ଚୁମେ ଏ' ଧରାକୁ 

ଅନ୍ଧକାର ଯାଏ ଘୋଟି 

ଏ' ସାରା ଦୁନିଆଁ ଥକି ପଡ଼ି ଯେବେ, 

ବିଛଣାରେ ଯାଏ ଲୋଟି


ମୁଁ' ଖୋଜେ ତେବେ ତୁମର ପରଶ 

ପାଇବାକୁ ଆତ୍ମତୃପ୍ତି 

ହାରଜିତ ଭରା ଜୀବନ ଖେଳରୁ, 

ପାଇବାକୁ ଟିକେ ମୁକ୍ତି


ପିଇବାକୁ ତୁମ ଓଠରୁ ମଦିରା 

ସଜେଇ ତୁମକୁ ସାକୀ 

କିଏ ଜାଣେ ଏଇ ଜୀବନରେ ଆଉ, 

କେତେ ଯେ' ନିଃଶ୍ୱାସ ବାକି


ମନ ଚାହେଁ ଏଠି ମେଣ୍ଟାଇଦେବାକୁ 

ଯେତେ ବା ରହିଛି ଶୋଷ 

ପରେ ଆଉ ସିଏ ଦୁଃଖ କରିବନି, 

ନାହିଁ ତିଳେ ଅବଶୋସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics