*ଅବଶୋସ*
*ଅବଶୋସ*
ରାତି ଆସି ଯେବେ ଚୁମେ ଏ' ଧରାକୁ
ଅନ୍ଧକାର ଯାଏ ଘୋଟି
ଏ' ସାରା ଦୁନିଆଁ ଥକି ପଡ଼ି ଯେବେ,
ବିଛଣାରେ ଯାଏ ଲୋଟି
ମୁଁ' ଖୋଜେ ତେବେ ତୁମର ପରଶ
ପାଇବାକୁ ଆତ୍ମତୃପ୍ତି
ହାରଜିତ ଭରା ଜୀବନ ଖେଳରୁ,
ପାଇବାକୁ ଟିକେ ମୁକ୍ତି
ପିଇବାକୁ ତୁମ ଓଠରୁ ମଦିରା
ସଜେଇ ତୁମକୁ ସାକୀ
କିଏ ଜାଣେ ଏଇ ଜୀବନରେ ଆଉ,
କେତେ ଯେ' ନିଃଶ୍ୱାସ ବାକି
ମନ ଚାହେଁ ଏଠି ମେଣ୍ଟାଇଦେବାକୁ
ଯେତେ ବା ରହିଛି ଶୋଷ
ପରେ ଆଉ ସିଏ ଦୁଃଖ କରିବନି,
ନାହିଁ ତିଳେ ଅବଶୋସ