ବସନ୍ତର ଆଗମନ
ବସନ୍ତର ଆଗମନ
ନବ ବସନ୍ତରେ ନବ ଉନ୍ମାଦନା
ଜୀବନେ ଆସିଛି
ନବ ପଲ୍ଲବରେ ତରୁ ତୃଣ
କି ଶୋଭା ପାଉଛି l
ନିର୍ମଳ ଆକାଶ ରେ ମଳୟର
ବା' ବହି ଯାଉଛି
ଧରଣୀ ରାଣୀ ରେ ନିତ୍ୟ
ନବ ଜାଗରଣ ଆଣୁଛି l
ଆମ୍ବ ବଉଳର ମହକ ଗାଁରେ
ବାସି ଯାଉଛି
ମଲ୍ଲି ମାଳତୀର ସୁବାସ l
ନୀତି ଚହଟି ଯାଉଛି
ବାସନ୍ତୀକ ନବ ରାତ୍ରି ରେ
ମାଆଙ୍କ ପୂଜା ହେଉଛି
ନବ ଦୁର୍ଗାଙ୍କ ନବ ରୂପକୁ l
ଜଗତ ଦର୍ଶନ କରୁଛି
ଦଣ୍ଡ ଯାତ ରେ ମାଆଙ୍କ
&nb
sp; ଲୀଳା ଖେଳା ହେଉଛି
ଝୁଣା ଧୂପ ରେ ଗଗନ l
ବାସି ତ ଯାଉଛି
ପକ୍ଷୀ ର କାକଳି ଶବ୍ଦ
ଆହା କି ମଧୁର ଲାଗୁଛି
କୋଇଲିର ସ୍ୱର ମନ l
ପ୍ରାଣ କୁ ଛୁଇଁ ତ ଯାଉଛି
ଫଗୁଣର ସାତ ରଙ୍ଗ
ଆକାଶରୁ ଖସି ପଡୁଛି
ପ୍ରେମର ରଙ୍ଗ ରେ ମନ l
ମତୁଆଲା ହୋଇ ଯାଇଛି
ରାଧା କୃଷ୍ଣ ଙ୍କ ବିମାନରେ
ମଣ୍ଡପକୁ ବିଜେ ହେଉଛି
ନବ ପଞ୍ଜିକାର ନୁଆଁ କଥା l
ଆଶା ମନେ ଭରି ଦେଉଛି
ବସନ୍ତର ଆଗମନରେ
ଜୀବ ଜଗତ ଆନନ୍ଦେ ହସୁଛି
ଋତୁ ରାଜ ବସନ୍ତକୁ ପାଇ
ବସୁଧା ସୁନ୍ଦର ଦିଶୁଛି l